ବାତ୍ୟା ପାଇଁ ୪୨ ଟ୍ରେନ ବାତିଲ୍‌ ସହ ଦିଗ ପରିବର୍ତ୍ତନ

ବାତ୍ୟା ପାଇଁ ୪୨ ଟ୍ରେନ ବାତିଲ୍‌ ସହ ଦିଗ ପରିବର୍ତ୍ତନ

ଭୁବନେଶ୍ୱର : ବଙ୍ଗୋପସାଗର ଉପରେ ଘୂର୍ଣ୍ଣିଝଡ଼ ‘ମୋନ୍ଥ’ ୨୮ ଅକ୍ଟୋବର ସୁଦ୍ଧା ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହେବା ସମ୍ଭାବନା ଥିବାରୁ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଯାତ୍ରୀ ଏବଂ ରେଳ ସମ୍ପତ୍ତି ସୁରକ୍ଷା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମଣ୍ଡଳ ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ସକ୍ରିୟ ହୋଇଛି । ବିପର୍ଯ୍ୟୟ ପରିଚାଳନା ସେଲ୍‌ ମାଧ୍ୟମରେ ନିୟନ୍ତ୍ରଣ ଓ ସମନ୍ୱୟ ହେଉଛି । ସାଟେଲାଇଟ୍‌ ଯୋଗାଯୋଗ ସୁବିଧା ପ୍ରସ୍ତୁତ ରଖାଯାଇଛି । ଅତିରିକ୍ତ ମହାପ୍ରବନ୍ଧକ ବି.ଶ୍ରୀକୃଷ୍ଣ ରାଜକୁମାର ଓ ମଣ୍ଡଳ ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଉଚ୍ଚସ୍ତରୀୟ ବୈଠକ କରି ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଯାତ୍ରୀ ସୁରକ୍ଷା ଉପରେ ଶୂନ୍ୟ ବିପଦ ନୀତି ରଖି ସମସ୍ତ ୟୁନିଟ୍‌କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ହୋର୍ଡିଂ, ଫୁଟ ଓଭର ବ୍ରିଜ, ଡ୍‌ରେନେଜ୍‌ ଏବଂ ଟ୍ରାକ୍‌ ନିକଟରେ ଗଛଗୁଡ଼ିକୁ ସୁରକ୍ଷିତ କରାଯାଉଛି । ଏପର୍ଯ୍ୟନ୍ତ ବିଶାଖାପାଟଣା–ବ୍ରହ୍ମପୁର, ବିଶାଖାପାଟଣା–ଅମୃତସର, କଟକ–ଗୁଣୁପୁର, ଭୁବନେଶ୍ୱର–ବେଙ୍ଗାଲୁରୁ ପ୍ରଶାନ୍ତି ଏବଂ ଭୁବନେଶ୍ୱର–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ ସହ ୪୨ରୁ ଉର୍ଦ୍ଧ ଟ୍ରେନ ବାତିଲ ହୋଇତିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ୫ଟି ଟ୍ରେନ୍‌କୁ ସାମୟିକ ଭାବେ ବାତିଲ କରାଯାଇଛି । ୮ଟି ଟ୍ରେନର ସମୟ ସାରଣୀ ପୁନଃନିର୍ଦ୍ଧାରିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଟ୍ରେନଗୁଡ଼ିକ ମଧ୍ୟରୁ ଟ୍ରେନ ନଂ-୧୧୦୨୦ କୋଣାର୍କ ଏକ୍ସପ୍ରେସ୍‌ ଆଜି ବାତିଲ ରହିଛି । ଯାତ୍ରୀ ମାନେ ରେଲୱେ ୱେବସାଇଟ ଜରିଆରେ କେଉଁ କେଉଁ ଟ୍ରେନ ବାତିଲ ହୋଇଛି ଏହାର ସଂମ୍ପୂଣ୍ଣ ତଥ୍ୟ ପାଇପାରିବେ ।

ତେବେ ବାତ୍ୟା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଯୋଗାଯୋଗ କରିବା ପାଇଁ ପୂର୍ବତଟ ରେଲଓ୍‌ବେ ପକ୍ଷରୁ ହେଲ୍ପ ଲାଇନ୍‌ ନଂ- ଜାରି କରାଯାଇଛି । 

ରେଲୱେ ହେଲ୍ପ ଲାଇନ୍‌ ନଂ- ବିଶାଖାପାଟନାମ୍‌ : ୦୮୯୧-୨୭୪୬୩୩୦,୦୮୯୧-୨୭୪୪୬୧୯

ବିଜୟନଗରମ୍‌ : ୦୮୯୨୨-୨୨୧୨୦୨ ,   ଶ୍ରୀକାକୁଲମ୍‌ ରୋଡ୍‌: ୦୮୯୪୨-୨୮୬୨୧୩,୦୮୯୪୨-୨୮୬୨୪୫ ,  

ଦୁର୍ଭାଡା : ୦୮୯୧-୨୮୮୧୪୫୬ ,    ରାୟଗଡା : ୦୮୯୧-୨୮୮୫୭୪୪, ୦୮୯୧-୨୮୮୫୭୫୫   

ନୂଆପଡା : ୦୮୯୧-୨୮୮୫୯୩୭ ,  ଆରାକୁ:୦୮୯୩୬-୨୪୯୮୩୨,

ବୋବିଲି: ୦୮୯୧-୨୮୮୩୩୨୩, ୦୮୯୧-୨୮୮୩୩୨୫

କୋରାପୁଟ: ୦୮୯୧-୨୮୮୪୩୧୮,୦୮୯୧-୨୮୮୪୩୧୯ ,   ଜଗଦଲପୁର: ୦୮୯୧-୨୮୮୪୭୧୪,୦୮୯୧-୨୮୮୪୭୧୫