ରଥ ଖଳାରୁ : ଚଉପଟ ପାଇଁ ସାଇତା ହେଲା କାଠ
ପୁରୀ: ଗୁରୁବାର ରଥ ନିର୍ମାଣର ର୨୯ତମ ଦିବସରେ ନିର୍ମାଣକାରୀ ସେବକମାନେ ସବୁଦିନ ଭଳି ସକାଳ ୮ଘଟିକା ଠାରୁ ରଥ ଶଳାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ୩ରଥର ବିଭିନ୍ନ ଅଂଶ ଯଥା ଗର୍ଗରା, ଗୟଳ, ୪ ନାହାକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ରଥର ୫ଦଣ୍ଡା, ଚଉପଟ ପାଇଁ ରଥଖଳାରେ କାଠ ସାଇତାଯାଇ ୩ରଥର ୫ଦଣ୍ଡା ଅନୁକୂଳ ପୂଜା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ପୂର୍ବାହ୍ନରେ ରଥ ଅମିନ, ମୁଖ୍ୟ ମହାରଣାମାନେ ଦଣ୍ଡା ନିର୍ମାଣ ପାଇଁ ଉପଯୋଗୀ କାଠ ଚିହ୍ନଟ କରିଥିଲେ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ୪୦ଫୁଟିଆ ଧଉରା ଦଣ୍ଡା କାଠକୁ ରଥଖଳା ଠାରେ ସାଇତି ରଖିଥିଲେ । ରଥ ଚାଳିରେ ୩ରଥର ୪ନାହାକା ଓ ଗର୍ଗରାର ଚଉପଟ କାର୍ଯ୍ୟ ଆଗେଇ ଚାଲିଛି । ୩ରଥର ୪ନାହାକା ଚଉପଟ କାର୍ଯ୍ୟ କରାଯାଉଥିବା ବେଳେ ତାଳଧ୍ୱଜ ରଥ, ଓ ଦର୍ପଦଳନ ରଥର ୨ଟି ଲେଖାଏଁ ଗର୍ଗରାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଞ୍ଚôଛି । ନନ୍ଦିଘୋଷ ରଥର ୨ଟି ଗର୍ଗରା, ଚଉପଟ କାର୍ଯ୍ୟ ଶେଷ ହୋଇଛି । ରଥଖଳା ପାଶ୍ୱର୍ରେ ନିର୍ମିତ ଏକ ସ୍ୱତନ୍ତ୍ର ଚାଳିରେ କରତି ସେବକମାନେ ତାଳଧ୍ୱଜ ରଥର ପୋଲଗୟଳ ଚଉପଟ ପାଇଁ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ରୂପକାର ସେବକମାନେ ୩ରଥର ୧୧ଟି ଲେଖାଏଁ କୋଣଗୁଜରେ ସିଂହବିରାଳ ରୂପ ଖୋଦେଇ ଶେଷ କରିବା ସହ ଉକ୍ତ ରୂପଗୁଡ଼ିକର ପଲିସ କାର୍ଯ୍ୟ ସହିତ ରୂପଗୁଡ଼ିକରରେ ଅଳଙ୍କାର ପକା କାର୍ଯ୍ୟ କରୁଛନ୍ତି ।