ପାରଳା ମହାରାଜାଙ୍କ ଜୟନ୍ତୀ
ପୁରୀ: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଉସôବ ପାଳିତ ହୋଇଛି । ଜିଲ୍ଳା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଳାପାଳ ରାଜକିଶୋର ଜେନା କହିଥିଲେ ଯେ, ତ୍ୟାଗ, ସେବା ଓ ପରପୋକାର ଦିବ୍ୟଗୁଣ । ଯାହା ଅର୍ଥ ଦ୍ୱାରା ନୁହେଁ ବରଂ ଅକ୍ଲାନ୍ତ ପ୍ରଚେଷ୍ଟା ଓ ନିଃସ୍ୱାର୍ଥପର ପ୍ରତିବଦ୍ଧତା ଦ୍ୱାରା ହାସଲ କରାଯାଇପାରେ । ଏହି କଥା ପ୍ରମାଣ କରିଛନ୍ତି ପାରଳା ମହାରାଜା । ପାରଳା ମହାରାଜା ସ୍ୱତନ୍ତ୍ର ଓଡ଼ିଶା ଗଠନ, ଭାଷାର ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ସାମାଜିକ ସେବା ଇତ୍ୟାଦି ପ୍ରତି ଉତ୍ତରଦାୟୀ ରହି କାର୍ଯ୍ୟ କରିଥିଲେ । ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ ତ୍ୟାଗ ଓ ସଂସ୍କାର କରିଛନ୍ତି । ଆଜି ଦିବସରେ ତାଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇବା ସହ ସଂସ୍କାରକୁ ଅନୁକରଣ କଲେ ତାହାହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ଭାଷା ପ୍ରତିଷ୍ଠାରନ ପ୍ରାକ୍ତନ ନିଦେ୍ର୍ଦଶକ ପ୍ରଫେସର କୈଳାସ ଚନ୍ଦ୍ର ଟିକାୟତରାୟ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାରଳା ମହାରାଜାଙ୍କ ବିନା ସମ୍ଭବ ହୋଇପାରିନଥାନ୍ତା ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା, ଜିଲ୍ଳା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦାନ କରିଥିଲେ । ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀ ଜୟନ୍ତୀ ଉସôବରେ ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବରୁ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ କାଶ୍ମୀରର ପୁଲଗାମରେ ମୃତୁ୍ୟବରଣ କରିଥିବା ପର୍ଯ୍ୟଟକଙ୍କ ସ୍ମୃତି ଉଦେ୍ଦଶ୍ୟରେ ୧ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚକ୍ରଧର ମହାପାତ୍ର, ଅନାମ ଚନ୍ଦ୍ର ସାହୁ, ଅଧିବକ୍ତା ବିପିନ ବିହାରୀ ଦଳାଇ ପ୍ରମୁଖ ଯୋଗଦେଥିଲେ ।