ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏଥିରେ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜୟଙ୍କ ମାଆ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଅଛନ୍ତି ।

      ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାତ୍ର ୧୬ମାସର ସରକାର ଉପରେ ନୂଆପଡା ବାସୀ ବିଶ୍ୱାସ ଓ ଭରସା କରି ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଛନ୍ତି । ଏହା ଆମ ପାଇଁ ବଡ କଥା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ବିଜେପିକୁ ବିପୁଳ ବିଜୟ ଆଣିଥିବାରୁ ସେମାନେଙ୍କ ପାଖରେ କୃତଜ୍ଞ । ମୁଁ ଆଶାବାଦୀ ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ । ଜୟ ଢୋଲକିଆ ବିକାଶର ସାରଥୀ ହେବେ । ଅନ୍ୟପଟେ ଜୟ ସମ୍ବର୍ଦ୍ଧନା ସମାରୋହ ପରେ ପରିବାର ସହ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଛନ୍ତି  ।