ନୌଗାଓଁ ଥାନାରେ ବଡ ବିସ୍ଫୋରଣ : ୯ମୃତ, ୩୦ ଆହତ

ନୌଗାଓଁ ଥାନାରେ ବଡ ବିସ୍ଫୋରଣ : ୯ମୃତ, ୩୦ ଆହତ

ଶ୍ରୀନଗର : ଦିଲ୍ଲୀ ଲାଲକିଲ୍ଲା ପାଖରେ ହୋଇଥିବା ବିସ୍ପୋରଣ ମନରୁ ନଲିଭିବା ପୂର୍ବରୁ ଜମ୍ମୁ ଓ କଶ୍ମୀରର ଶ୍ରୀନଗରର ନୌଗାମ୍‌ ପୁଲିସ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଯାହାଫଳରେ ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ପୋଡ଼ି ପାଉଁଶ ହୋଇଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ସେ ଶରୀରର ବିଭିନ୍ନ ଅଂଶ ଖଣ୍ଡ ଖଣ୍ଡ ହୋଇ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଥିଲା । ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା ଏବଂ ଉଚ୍ଚ ଅଗ୍ନିଶିଖା ବାହାରିବାକୁ ଲାଗିଥିଲା । ଆକାଶରେ କଳା ଧୂଆଁ ବ୍ୟାପି ଯାଇଥିଲା । ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିଥିଲେ । ଲୋକଙ୍କ ସହାୟତାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବିସ୍ପୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ  । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । 

    ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିସ୍ଫୋରଣ ଏତେ ମାତ୍ରାରେ ହୋଇଥିଲା ଯେ ଥାନା ଉଡିଯିବା ସହ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣର ଶଦ୍ଦ ଦୂର ଦୂରକୁ ପ୍ରତିଧ୍ୱନିତ ହୋଇଥିଲା ।