ବାଚସ୍ପତିଙ୍କ ଏମ୍ସ ପରିଦର୍ଶନ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରୟାସକୁ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ପ୍ରୋସôାହିତ କରିବା ଏବଂ ପରିବାରକୁ ସଶକ୍ତ କରିବା ପାଇଁ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଜାରି ରହିଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ବାଚସ୍ପତି ଶ୍ରୀମତୀ ପାଢୀ । ଏହି ଅବସରରେ, ବାଚସ୍ପତି ଉଚ୍ଚ ରକ୍ତଚାପ ଏବଂ ଅଣ-ସଂକ୍ରାମକ ରୋଗ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେ ଅଭିଯାନରେ ସାମିଲ ହିତାଧିକାରୀ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ବାଚସ୍ପତିଙ୍କୁ ସ୍ୱାଗତ କରି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ.  ଆଶୁତୋଷ ବିଶ୍ୱାସ ତାଙ୍କୁ ପ୍ରଶଂସା ପ୍ରକାଶ କରି କହିଥିଲେ ଯେ, ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନରେ ଅଂଶଗ୍ରହଣ କରିବା ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିବା, ନିଶ୍ଚିତ ଭାବରେ ସମସ୍ତ ଅଂଶୀଦାରଙ୍କୁ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନକୁ ଏକ ବିରାଟ ସଫଳତା ଦେବା ପାଇଁ ପ୍ରେରଣା ଦେବ । ବାଚସ୍ପତି ଶ୍ରୀମତୀ ପାଢୀ ଅଭିଯାନର ଏକ ଅଂଶ ଭାବରେ ମହିଳାମାନଙ୍କ ପାଇଁ ବ୍ୟାପକ ସ୍ୱାସ୍ଥ୍ୟ ସ୍କ୍ରିନିଂ ଆୟୋଜନ କରିବାରେ ଏମ୍ସ ଭୁବନେଶ୍ୱରର ପ୍ରୟାସକୁ ପ୍ରଶଂସା କରିଥିଲେ । ସେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଅନୁକରଣୀୟ ସେବା ପାଇଁ ସେମାନଙ୍କ ଉସôର୍ଗୀକୃତ ମନୋଭାବ ଏବଂ ବୃତ୍ତିଗତ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଥିଲେ । ଏମ୍ସ ଭୁବନେଶ୍ୱରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ବିପୁଳ ଉସôାହର ସହିତ ଚଳିତ ମାସ ୧୭ ତାରିଖରୁ ଜାରି ରହିଛି ।