ରାଜ୍ୟରେ ବଢ଼ୁଛି ଇଞ୍ଜିନିୟରିଂ ବେକାରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଇଞ୍ଜିନିୟରିଂ ବେକାରୀଙ୍କ ସଂଖ୍ୟା । ଆଜି ବିଧାନସଭାରେ  ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ରଖିଥିବା ଉତ୍ତରରେ ଏହା ସ୍ପଷ୍ଟ ଜଣାପଡ଼ୁଛି ।
ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ଇଞ୍ଜିନିୟରିଂ ପଢ଼ି ପାସ କରିଛନ୍ତି ୩୪ ହଜାର ୪୭୧ ଜଣ ପିଲା । ସେଥିରୁ ୧୫,୨୮୯ ଜଣ ପିଲା ଚାକିରି ପାଇଥିବାବେଳେ  ୧୯ ହଜାର ୧୮୨ ଜଣ ବେକାର । ସେହିପରି ଗତ ୧୦ ବର୍ଷରେ ଡିପ୍ଲୋମାରେ ୫୪ ହଜାର ୧୮୯ ଜଣ ପିଲା ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ହଜାର ୦୯୬ ଜଣ ପିଲା ଚାକିରି ପାଇଥିବାବେଳେ ୩୪ ହଜାର ୦୫୧ଜଣ ପିଲା ବେକାର । ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି ।