ରାଜ୍ୟସ୍ତରୀୟ ଥ୍ରୋ’ବଲ୍ ପ୍ରତିଯୋଗିତା
ପୁରୀ: ଝାଡେଶ୍ୱରୀ କ୍ଲବ୍ରେ ଚାଲିଥିବା ୩୨ତମ ରାଜ୍ୟସ୍ତରୀୟ ଥ୍ରୋ’ବଲ୍ ଚାମ୍ପିଅନ୍ସିପ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କ୍ରୀଡ଼ା ବିଭାଗ ନିଦେ୍ର୍ଦଶକ ହରେଶ ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ ସାହୁ, ମଞ୍ଜୁଲତା ବରାଳ, ଜିଲ୍ଳା ବିଜେପି ସଭାପତି ମନୋଜ ବିଶୋଇ, କ୍ରୀଡା ସଙ୍ଗଠକ କୃଷ୍ଣଚନ୍ଦ୍ର ପଣ୍ଡା, କ୍ରୀଡା ସମୀକ୍ଷକ କୃଷ୍ଣଚନ୍ଦ୍ର ଦାସ, ଉପସଭାପତି ମଧୁସୂଦନ ମିଶ୍ର, ଜିଲ୍ଲା ସମ୍ପାଦକ ଦୀପ୍ତିରଞ୍ଜନ ସାମନ୍ତରାୟ, ଝାଡେଶ୍ୱରୀ କ୍ଲବ୍ ସମ୍ପାଦକ ପାର୍ଥସାରଥୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ୨୦ଟି ବାଳକ ଦଳ ଓ ୧୫ଟି ବାଳିକା ଦଳକୁ ମିଶାଇ ୫୦୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଫାଇନାଲ୍ରେ ଖେଳାଳିଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଯାଜପୁର ଜିଲ୍ଲାର ଖେଳାଳିମାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବାଳିକା ବିଭାଗରେ ୧୫-୦୮ ପଏଣ୍ଟରେ ପୁରୀ ଜିଲ୍ଲାର ଖେଳାଳିମାନେ ଢେଙ୍କାନାଳ ଦଳକୁ ହରାଇ ଚାମ୍ପିଅନ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲାର ଖେଳାଳୀ ରନର୍ସ ଅପ୍ ହୋଇଛନ୍ତି । ପୁରୀ ସଦର ଦଳ ଯାଜପୁର ଜିଲ୍ଲାକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି । ଆସନ୍ତା ଫେବୃୟାରୀ ମାସରେ ହେବାକୁ ଯାଉଥିବା ୪୬ତମ ଜାତୀୟ ଥ୍ରୋ’ବଲ୍ ଚାମ୍ପିଅନ୍ସିପ୍ରେ ୨୮ଜଣିଆ ଦଳ ସାମିଲ ହେବା ପାଇଁ ୬୦ଜଣ ପିଲାଙ୍କୁ ମନୋନିତ କରାଯାଇଛି । ଅତିଥି ଭାବେ ଯୋଗଦେଇଥିବା ପୂର୍ବତନ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ସରକାରୀ ପ୍ରୋସôାହନ କ୍ରମେ ପୁରୀରେ ଖେଳାଳୀମାନଙ୍କର ଏକ ଶିବିର ଆୟୋଜନ କରାଯିବ । ଶ୍ରୀ ଷଡ଼ଙ୍ଗୀ ବିଜେତା ଦଳର ଖେଳାଳିଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ଅର୍ଥରାଶୀ ପୁରସ୍କାର ବିତରଣ କରିଥିଲେ । ପୁରୀ ଜିଲ୍ଲା ମହିଳା ଦଳର କୋଚ୍ ସୁଧାସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।