ପଞ୍ଚଦଶତମ ଉଦୟଗିରି ବୁଦ୍ଧ ମହୋସôବ ଉଦ୍ଘାଟିତ
ବାଲିକୁଦା: ରବିବାର ପଞ୍ଚଦଶତମ ଉଦୟଗିରି ବୁଦ୍ଧ ମହୋସôବ ଉଦ୍ଘାଟିତ ହୋଇଛି । ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ମଝିପଡା ପଞ୍ଚାୟତ ସ୍ଥିତ ବିଶ୍ୱ ପ୍ରସିଦ୍ଧ ଉଦୟଗିରି ବୌଦ୍ଧପୀଠ ଠାରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ମହୋସôବକୁ ଭାଷା, ସାହିତ୍ୟ, ସଂସ୍କୃତି, କ୍ରୀଡା ଓ ଯୁବବେପାର ତଥା ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିିଥିଲେ । ମହୋସôବ ସମିତି ଆନୁକୂଲ୍ୟରେ ଉଦୟଗିରି ବୌଦ୍ଧବିହାର ପାଦଦେଶ ଗୋପାଳପୁର ପଞ୍ଚାୟତରେ ଅବସ୍ଥିତ ପର୍ଯ୍ୟଟନ ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଉସôବରେ ସମିତିର ସଭାପତି ତଥା ଶୋଭନୀୟ ଶିକ୍ଷାଶ୍ରମର ର୍ନିେଶିକା ଡଃ.ଅରୁନ୍ଧତୀ ଦେବୀ ସଭାପତିତ୍ୱ କରିଥିବା ବେଳେ ଜିଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ସଂଚାଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଡଃ.ରବୀନ୍ଦ୍ର କୁମାର ବେହେରା ଓ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ଉଦୟଗିରିର ବିକାଶ ପାଇଁ ଯାହା ଆବଶ୍ୟକ ସମସ୍ତ ସହଯୋଗ ସମିତିକୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ସମିତିର ଉପସଭାପତି ଶିକ୍ଷାବିତ୍ କିଶୋର ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆବାହକ ମହେଶ୍ୱର ବଳ ମହୋସôବର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଉଦୟଗିରିକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରାଯିବା ସହ ଉଦୟଗିରି ଠାରେ ଏକ ସଂଗ୍ରହାଳୟ ନିର୍ମାଣ ପାଇଁ ଉଦ୍ୟମ ଜାରି ରହିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଥିଲେ । କୃଷ୍ଣଦାସପୁର-ରତ୍ନଗିରି ରାସ୍ତାର ନାମ ପୁଷ୍ପଗିରି ମାର୍ଗ ନାମରେ ନାମିତ କରାଗଲା ବୋଲି ଅତିଥି ଘୋଷଣା କରିଥିଲେ । ଶିଶୁ ମନ୍ଦିରର ଛାତ୍ରୀ ସାଇଦିବ୍ୟାଂଶି ସ୍ୱାଗତ ସଂଗୀତ ପରିବେଶଣ କରିଥିବା ବେଳେ କୋରାପୁଟରୁ ଆସିଥିବା ଡଙ୍ଗରିଆ ସମ୍ପ୍ରଦାୟର ନୃତ୍ୟଶିଳ୍ପୀ ପାରମ୍ପାରିକ ସାଂସ୍କୃତିକ ନୃତ୍ୟ ପରିବେଶଣ କରିଥିଲେ । ଶିକ୍ଷାବିତ୍ ରାମଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ମହୋସôବ ସମିତିର ସଭ୍ୟ ଉମାକାନ୍ତ ବଳ, ରବୀନ୍ଦ୍ରନାଥ ଶାନ୍ତି, ନଟବର ପରିଡା, ଶୈଳେନ୍ଦ୍ର ନାରାୟଣ ରାୟ, ଉମେଶ ପ୍ରଧାନ, ଗୋବର୍ଦ୍ଧନ ମହାପାତ୍ର, ନିଳମଣି ବଳ, ଉକôଳ କେଶରୀ ସାମଲ, ଘନଶ୍ୟାମ ବିଶ୍ୱାଳ, ସରୋଜ କୁମାର ବଳ, ସୁଧାଂଶୁ ଶେଖର ପ୍ରଧାନ, ସୁରମୋହନ ମହାପାତ୍ର ପ୍ରମୁଖ ଅନେକ ସଭ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବାଲୁକା ଶିଳ୍ପୀ ଚିତ୍ରସେନ ବେହେରା ବୁଦ୍ଧ ମହୋସôବ ପରିସରରେ ବାଲିରେ ନିର୍ମିତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ ଯାହା ଉପସ୍ଥିତ ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିଲା । ଏହି ଅବସରରେ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇ ବିଭିନ୍ନ ଷ୍ଟଲମାନ କରାଯାଇଥିବା ବେଳେ ଉଦୟଗିରି ପ୍ରଚାର ପ୍ରସାର ପାଇଁ ହେଉଥିବା ଉଦ୍ୟମ ଓ ଉଦୟଗିରି ବୌଦ୍ଧ ବିହାର ସମ୍ପକିତ ଫଟୋଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଯାଜପୁର ଏସଡିପିଓ ସଂଜୟ କୁମାର ପଟ୍ଟନାୟକ, ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ୍ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୃତୟନ ହୋଇଥିଲେ ।