ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଜବ ନିଷ୍ପତ୍ତି

 ଭୁବନେଶ୍ୱର  : ରେଭେନ୍ସା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଦସ୍ତଖତରେ ଶୁକ୍ରବାର ଏକ ନିଦେ୍ର୍ଦଶନାମା ଜାରି ହେଲା  । ଯେଉଁଥିରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀ କ୍ୟାମ୍ପସ ପରିସର(କାର୍ଯ୍ୟସ୍ଥଳ)ରେ ରହିପାରିବେ ନାହିଁ ବୋଲି ନିଦେ୍ର୍ଦଶ ଜାରି ହେଲା  । ଯେପର୍ଯ୍ୟନ୍ତ ଆନୁଷ୍ଠାନିକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓ(ଏସଓପି) ନଆସିଛି ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଉଲ୍ଲେଖ କରାଯାଇଥିଲା  । କାର୍ଯ୍ୟସ୍ଥଳରେ ନିରାପତ୍ତା ପଦକ୍ଷେପ ଓ ୱାର୍କିଂ ଆୱାରକୁ ନେଇ ଆବଶ୍ୟକ ଗାଇଡଲାଇନ୍ ଓ ପ୍ରୋଟୋକଲ ଏହି ଏସଓପିରେ ଆସିବ ବୋଲି ଦର୍ଶାଯାଇଥିଲା  ।
ମାତ୍ର ଏହି ନିଦେ୍ର୍ଦଶନାମାକୁ ନେଇ ବିବାଦ ବଢ଼ିବା ପରେ ରେଭେନ୍ସ କର୍ତ୍ତୃପକ୍ଷ ପୁଣି ଏକ ସାନି ନିଦେ୍ର୍ଦଶନାମା ଜାରି କରି ଏହାକୁ ପ୍ରତ୍ୟାହାର କରିନେଇଥିଲେ । ତେବେ ପ୍ରଶ୍ନ ଉଠୁଛି, କ୍ୟାମ୍ପସରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କୁ ସୁରକ୍ଷିତ ଓ ନିରାପତ୍ତା ପରିବେଶ ଦେବା ଉପରେ ଗୁରୁତ୍ୱ ନଦେଇ କଟକଣା ଜାରି ଭଳି ଉଦ୍ଭଟ ଚିନ୍ତାଧାରା କିଭଳି ଆସିଲା ଓ ଏଥିପାଇଁ କୁଳପତି କିପରି ଅନୁମତି ଦେଲେ ଓ ରେଜିଷ୍ଟ୍ରାର(ସରକାରୀ ଅଫିସର) ଏହାକୁ କିପରି ଜାରି କଲେ ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି  ।