ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ଗେଷ୍ଟ୍ ହାଉସ୍ : ସୁରେଶ ପୂଜାରୀ

ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ଆଉ ହଇରାଣ ହେବାକୁ ପଡ଼ିବନି । ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା , ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ୍ ହାଉସ୍ । ସେ କହିଛନ୍ତି , ଅନେକ ଲୋକ ରାଜଧାନୀକୁ ସ୍ବାସ୍ଥ୍ୟ ସେବା ପାଇଁ ଆସନ୍ତି । ଏହା ସହ ଶିକ୍ଷା ଲାଭ ତଥା ରାଜ୍ୟ ସରକାରଙ୍କର ଅନ୍ୟାନ୍ୟ ସୁବିଧା ପାଇବା ପାଇବା ପାଇଁ ମଧ୍ୟ ଏଠାକୁ ଆସନ୍ତି । ଏଠି ରହିବା ପାଇଁ ସେମାନେ ହୋଟେଲ୍ କିମ୍ବା ଅନ୍ୟା ଜାଗାରେ ରହିବା ପାଇଁ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଲୋକଙ୍କ ସୁବିଧା ପାଇଁ ଗେଷ୍ଟ୍ ହାଉସ ପ୍ରସ୍ତୁତ ହେବ । ଯାହା ଦ୍ଵାରା ଲୋକ ସୁବିଧାରେ ରହି ନିଜ ଆବଶ୍ୟକୀୟ କାମ କରିପାରିବେ । ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍ ହାଉସ୍ ହେବ । ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି । ପ୍ରତି ଜିଲ୍ଲା ନାଆଁ ରେ ଏହାକୁ ନାମିତ କରାଯିବ ।