ରେଳପଥ ଉପରେ ଧସିଲା ପଥର : ରେଳ ଚଳାଚଳ ବନ୍ଦ
ଜୟପୁର : ରେଳପଥ ଉପରେ ଧସିଲା ପଥର । ଫଳରେ ରେଳ ଚଳାଚଳ ବନ୍ଦ ରହିଛି । ଆନ୍ଧ୍ର-ଓଡ଼ିଶା ଛତିଶଗଡ଼କୁ ସଂଯୋଗ କରୁଥିବା ବିଶାଖାପାଟଣା - କିରାଣ୍ଡୁଲ କେକେ ରେଳପଥରେ ଏପରି ଅଘଟଣ ଘଟିଛି । ଏହି ଟ୍ରାକରେ ଯିବାକୁ ଥିବା ବିଶାଖାପାଟଣା-କିରାଣ୍ଡୁଲ ଟ୍ରେନ ବାତିଲ ହୋଇଛି । ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା । ଫଳରେ, ପଥର ସହ ଧକ୍କା ହୋଇ ମାଲଗାଡି ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ବେଳେ ମାଲବାହୀ ଗାଡ଼ିର ସମସ୍ତ ବଗି ଓ ଇଞ୍ଜିନ୍କୁ ରେଳପଥରୁ ହଟାଇ ମରାମତି କରାଯାଉଛି । ଏହି ଟ୍ରାକରେ ଆଜି ଯିବାକୁ ଥିବା ବିଶାଖାପାଟଣା-କିରାଣ୍ଡୁଲ ଟ୍ରେନକୁ ବାତିଲ କରାଯାଇଛି । ତେବେ ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ୱାଭାବିକ ହେବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି ।