ସମ୍ପତ୍ତି ତାଲିକା : ଜୟଙ୍କ ୩.୫ କୋଟି, ଘାସିରାମଙ୍କ ୨ କୋଟି
ଭୁବନେଶ୍ୱର/ନୂଆପଡା : ବିଜେପି ପ୍ରାର୍ଥୀ ଜୟଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯୦ ଲକ୍ଷ ଟଙ୍କା । ସେହିପରି ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୫୨ ଲକ୍ଷ ଟଙ୍କା ରହିଛି । ମୋଟ୍ ଉପରେ ତାଙ୍କ ଅସ୍ଥାବର ଓ ସ୍ଥାବର ସମ୍ପତ୍ତି ମୂଲ୍ୟର ପରିମାଣ ୩ କୋଟି ୪୨ ଲକ୍ଷ ଟଙ୍କା ହେବ । ଜୟ ଢୋଲକିଆଙ୍କର ବାର୍ଷିକ ଆୟ ୧୫ ଲକ୍ଷ ୬୬ ହଜାର ଟଙ୍କା ହୋଇଥିବାବେଳେ ତାଙ୍କ ପତ୍ନୀ ସୁମନ ଢେ଼ାଲକିଆଙ୍କର ବାର୍ଷିକ ଆୟ ୧୪ ଲକ୍ଷ ୭୯ ହଜାର ଟଙ୍କା ରହିଛି ସେହିପରି ମା’ କଳ୍ପନା ଢୋଲକିଆଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ଅଛି । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ସେ ଏଭଳି ଆଇଟି ରିଟର୍ଣ୍ଣ ଦାଖଲ କରିଥିଲେ । ଜୟଙ୍କ ପାଖରେ ୨ ଲକ୍ଷ ୫୩ ହଜାର ଓ ତାଙ୍କ ପତ୍ନୀଙ୍କ ପାଖରେ୨ ଲକ୍ଷ ୧୨ ହଜାର ୮ ଶହ ଟଙ୍କାର ନଗଦ କ୍ୟାସ ଅଛି । ସେହିପରି ମା’ କଳ୍ପନାଙ୍କ ନିକଟରେ ୩ ଲକ୍ଷ ୪୫ ହଜାର ୫ ଶହ ଟଙ୍କାର ନଗଦ ରହିଛି । ଜୟଙ୍କର ବ୍ୟାଙ୍କ ଜମା ଦ୍ଭ ପ୍ରାୟ ସାଢେ଼ ୫ ଲକ୍ଷ ଟଙ୍କା ହେବ । ସେହିପରି ପତ୍ନୀଙ୍କର ବ୍ୟାଙ୍କ ଜମା ୫୦ ହଜାର ଟଙ୍କା ଅଛି । ତାଙ୍କ ମା’ଙ୍କ ବ୍ୟାଙ୍କ ଜମା ୧୩ ହଜାର ଟଙ୍କା ହୋଇଥିବାବେଳେ ଜିରୋଧା ମ୍ୟୁଚୁଆଲ ଫଣ୍ଡରେ ୪ ଲକ୍ଷ ୭ ହଜାର ଟଙ୍କା ରହିଛି । ଅପରପକ୍ଷରେ ଜୟଙ୍କର ସାଢେ଼ ୭ ଲକ୍ଷ ଟଙ୍କାର ଏଲଆଇସି ପଲିସି, ୪ ଲକ୍ଷ ୩୭ ହଜାର ୫୯୨ ଟଙ୍କାର ଏଲଆଇସି ପଲିସି, ୧୭ ଲକ୍ଷ ୧୦ ହଜାର ଟଙ୍କାର ଏଲଆଇସି ପଲିସି ଓ ୪୫୨୦୪ ଟଙ୍କାର ସ୍ୱାସ୍ଥ୍ୟବୀମା ଅଛି । ତାଙ୍କ ପତ୍ନୀଙ୍କର ୭ ଲକ୍ଷ ଟଙ୍କାର ଏଲଆଇସି ପଲିସି ଅଛି । ଜୟଙ୍କର ମୋଟ୍ ପ୍ରାୟ ୨୯ ଲକ୍ଷ ଟଙ୍କାର ଏଲଆଇସି ପଲିସି ରହିଛି । ସେହିପରି ଗୋଟିଏ ଝିଅ ନାମରେ ୭ ଲକ୍ଷ ୧୦ ହଜାର ଓ ଅନ୍ୟ ଝିଅଙ୍କ ନାମରେ ୫ ଲକ୍ଷ ୩୫ ହଜାର ଟଙ୍କାର ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା ରହିଛି । ଜୟଙ୍କର ଏକ କିଆ ସୋନେଟ୍, ମାରୁତି ସୁଜୁକି ଆମ୍ବୁଲାନ୍ସ ୨ଟି, ୨ଟି ଇନୋଭା କ୍ରୀଷ୍ଟା ଯାହାକି ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ରହିଛି । ତାଙ୍କ ପତ୍ନୀଙ୍କର ଏକ ଟୟୋଟା ଫର୍ଚୁନଣ କାର ଅଛି । ଜୟଙ୍କ ନିକଟରେ ୧୧ ଲକ୍ଷ ଟଙ୍କାର ସୁନା ଓ ପତ୍ନୀଙ୍କର ୫ ଲକ୍ଷ ଟଙ୍କାର ସୁନା ଥିବାବେଳେ ମା’ଙ୍କର ୪୫୦ ଗ୍ରାମର ସୁନା ରହିଛି । ମୋଟ୍ ଉପରେ ତାଙ୍କର ସ୍ଥାବର ସମ୍ପତ୍ତିର ପରିମାଣ ୮୧ ଲକ୍ଷ ୮୯ ହଜାର ଟଙ୍କା ହୋଇଥିବାବେଳେ ପତ୍ନୀଙ୍କର ୪୧ ଲକ୍ଷ ୭୦ ହଜାର ଓ ମା’ଙ୍କର ୪୮ ଲକ୍ଷ ୫୮ ହଜାର ଟଙ୍କା ରହିଛି । ସେହିପରି ଜୟଙ୍କ ନାମରେ ପ୍ରାୟ ୭ ଲକ୍ଷ ୭୫ ହଜାର ଟଙ୍କାର ଓ ମା’ଙ୍କ ନାମରେ ୧୦ ଲକ୍ଷ ଟଙ୍କାର କୃଷି ଜମି ରହିଛି । ଖରିଆର ରୋଡ଼ରେ ଥିବା ଘରର ମୂଲ୍ୟ ପ୍ରାୟ ୧ କୋଯି ୩୫ ଲକ୍ଷ ଟଙ୍କା ହେବ । ମୋଟ୍ ଉପରେ ଅସ୍ଥାବର ସମ୍ପତ୍ତିର ପରିମାଣ ୧ କୋଟି ୪୨ ଲକ୍ଷ ୭୫ ହଜାର ରହିଛି । ସେ ଛତ୍ରପୁର ସାହାଜୀ ମହାରାଜ ବିଶ୍ୱବିଦ୍ୟାଳୟରୁ ବିଏସସି କରିଥିବାବେଳେ ତାଙ୍କ ନାମରେ କୌଣସି ମାମଲା ନାହିଁ ।
ଘାସିରାମ ମାଝୀଙ୍କର ମୋଟ୍ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯୮ ଲକ୍ଷ ୫୮ ହଜାର ଟଙ୍କା ହୋଇଥିବାବେଳେ ତାଙ୍କ ପତ୍ନୀଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ମାତ୍ର ୬ ଲକ୍ଷ ୨୧ ହଜାର ଟଙ୍କା ରହିଛି । ଘାସିରାମ ତାଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ସମ୍ପତ୍ତି ତାଲିକା ଦର୍ଶାଇଛନ୍ତି । ଗତ ଆର୍ଥିକ ବର୍ଷରେ ସେ ୬ ଲକ୍ଷ ୯୪ ହଜାର ୫୬୦ ଟଙ୍କାର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି । ସେହିପରି ତାଙ୍କ ପାଖରେ ଅଢେ଼ଇ ଲଙ୍କା ଟଙ୍କାର ନଗଦ ଟଙ୍କା ଥିବାବେଳେ ପତ୍ନୀଙ୍କ ନିକଟରେ ୨ ଲକ୍ଷ ଟଙ୍କା ଓ ପିଲାଙ୍କ ନିକଟରେ ୯୦ ହଜାର ଟଙ୍କା ରହିଛି । ଅପରପକ୍ଷରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୩୨୫୪ ଟଙ୍କା, ୧୬୦୬୪ ଟଙ୍କା, ୧୬୮୧ ଟଙ୍କା, ୫୫୦୫ ଟଙ୍କା ଓ ଅନ୍ୟ ଏକ ଆକାଉଣ୍ଟରେ ୫୦ ହଜାର ଟଙ୍କା ରହିଛି । ସେପଟେ ପୋଷ୍ଟ ଅଫିସ୍ରେ ତାଙ୍କର ୨୦୨୫ ଟଙ୍କା ଜମା ଅଛି । ତାଙ୍କର ଏକ ମାରୁତି ସୁଜୁକି ଜିମନି ଆଲଫା ଗାଡ଼ି ରହିଛି । ଯାହାର ଦାମ୍ ୧୦ ଲକ୍ଷ ୯୫ ହଜାର ୨ ଶହ ଟଙ୍କା ଦର୍ଶାଯାଇଛି । ଅପରପକ୍ଷରେ ତାଙ୍କର କୌଣସି ସୁନା ଗହଣା ନଥିବାବେଳେ ପତ୍ନୀଙ୍କର ପ୍ରାୟ ୨ ଲକ୍ଷ ୯୬ ହଜାର ଟଙ୍କାର ସୁନା, ୧ ଲକ୍ଷ ୨୫ ହଜାର ଟଙ୍କାର ରୂପା ଅଳଙ୍କାର ରହିଛି । ମୋଟ୍ ଉପରେ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ ଲକ୍ଷ ୨୯ ହଜାର ୬୮୪ ଟଙ୍କା ଥିବାବେଳେ ପତ୍ନୀଙ୍କର ୬ ଲକ୍ଷ ୨୧ ହଜାର ଟଙ୍କା ଅଛି । ଅପରପକ୍ଷରେ ତାଙ୍କର ୧୮ ଏକର କୃଷି ଜମି ରହିଛି । ଯାହାକି ତାଙ୍କର ପୈତୃକ ସମ୍ପତ୍ତି ବୋଲି ସେ ଦର୍ଶାଇଛନ୍ତି । ଯାହାର ବଜାର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ । ନୂଆପଡ଼ାରେ ତାଙ୍କର ୯୯୩୧ ବର୍ଗଫୁଟର ଜାଗା ଓ ୨୧ ଶହ ବର୍ଗଫୁଟର ଘର ରହିଛି । ଯାହାର ବଜାର ମୂଲ୍ୟ ୮୨ ଲକ୍ଷ ୫୦ ହଜାର ଟଙ୍କା ହେବ । ମୋଟ୍ ଉପରେ ତାଙ୍କର ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୪୭ ଲକ୍ଷ ୫୦ ହଜାର ଟଙ୍କା ରହିଛି । ଏହାଛଡ଼ା ସେ ୧ ଲକ୍ଷ ୪୪ ହଜାର ୬୨୦ ଟଙ୍କାର କୃଷି ଋଣ ଓ ୩ ଲକ୍ଷ ଟଙ୍କାର ଯାନବାହାନ ଋଣ ରହିଛି । ମୋଟ୍ ଉପରେ ସେ ୪ ଲକ୍ଷ ୪୪ ହଜାର ୬୨୦ ଟଙ୍କା ଋଣ କରିଛନ୍ତି । ଘାସିରାମଙ୍କର ଶିକ୍ଷାଗତ ଯୋଗ୍ୟତା ବିକମ୍ ଓ ଏଲଏଲବି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ତାଙ୍କ ନାମରେ ୧୨ଟି ବିଭିନ୍ନ ମକଦ୍ଦମା ରହିଛି ।