ପାର୍ବଣ ଋତୁରେ ଯାତ୍ରୀଙ୍କ ନିମନ୍ତେ ପୂଜାରେ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ୱର : ଆସନ୍ତା ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ପରିଚାଳନା କରିବା ଏବଂ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି । ୦୩୨୩୦/୦୩୨୨୯ ପାଟନା-ପୁରୀ-ପାଟନା ପୂଜା ସ୍ପେଶାଲ । ପାଟନାରୁ ୨୮ ଅଗଷ୍ଟରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ । ପୁରୀର ୨୯ ଅଗଷ୍ଟରୁ ୨୬ ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ । ଏହି ଟ୍ରେନରେ ୦୧ଟି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍, ୦୨ଟି ତୃତୀୟ ଶ୍ରେଣୀ ଏସି କୋଚ୍, ୦୯ଟି ସ୍ଲିପର ଶ୍ରେଣୀ କୋଚ୍, ୦୬ଟି ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚ୍, ୦୨ ଟି ଲଗେଜ୍ ଭ୍ୟାନ୍-କମ୍-ଦ୍ୱିତୀୟ ଶ୍ରେଣୀ କୋଚ୍ (ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ) ଉପଲବ୍ଧ ରହିବ । ବଖତିଆରପୁର, ବାରହ, ମୋକାମେହ, କିଉଲ, ଝୋଝା, ଜସିଡିହ, ମଧୁପୁର, ଚିତ୍ତରଂଜନ, ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, ଡାନକୁନି, ଅଣ୍ଡୁଲ, ଖଡ଼ଗ୍ପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ ଓ ସାକ୍ଷୀ ଗୋପାଳ ଷ୍ଟେସନ ଗୁଡିକରେ ଏହି ଟ୍ରେନ ରହଣି କରିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।