ଶିଶୁ ବିଦ୍ୟାମନ୍ଦିରରେ ମାତୃ କାର୍ଯ୍ୟଶାଳା
ନାଉଗାଁ : ନାଉଗାଁ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପ୍ରାଥମିକ ସ୍ତରର ମାତୃ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ନାଉଗାଁର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ବିଜୟିନୀ ପଢ଼ିଆରୀ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଶିଶୁ ମାନଙ୍କ ବିକାଶରେ ମାଆ ମାନଙ୍କ ଭୂମିକା କଣ ସେ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟା ସ୍ନେହଲତା ଲେଙ୍କା ଶିଶୁ ମାନଙ୍କର ନୈତିକ ଶିକ୍ଷାରେ ମାଆ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନାୟକ ମାଆ ମାନେ ଶିଶୁ ମାନଙ୍କୁ ଆଦର୍ଶରେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ ।