ଧାରଣା ନେଇ ଆଶାକର୍ମୀଙ୍କ ବୈଠକ

 କେନ୍ଦ୍ରାପଡା : ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ତରଫରୁ ୬ ଦଫା ଦାବି ନେଇ ଧାରନା ଦେବାକୁ ନିଷ୍ପତି ନିଆଯାଇଛି । ଏନେଇ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତ ରାୟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଶାକର୍ମୀଙ୍କର ମାସିକ ପାରିଶ୍ରମିକ ପ୍ରଥମ ସପ୍ତାହରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ ପ୍ରତି ଖରାପ ବ୍ୟବହାର ବନ୍ଦ କରିବା, ମୃତୁ୍ୟକାଳୀନ ସହାୟତା ପଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ମାସିକ ଦରମା ୨୬ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି ଗୁଡିକ ରହିଛି । ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଶତାଧିକ ଆଶାକର୍ମୀ ଉପସ୍ଥିତ ଥିଲେ ।