ଶୁଆକାଟୀକୁ ମିଳିଲା ଜାତୀୟ ଜୁରି ପୁରସ୍କାର
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣିଛି । ଏହି ସମ୍ମାନ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ପ୍ରଦାନକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିଥିବା ପଦକ୍ଷେପଗୁଡିକକୁ ପ୍ରୋସôାହିତ କରିବା ଲାଗି ଉଦ୍ଦିଷ୍ଟ ବୋଲି ଆଜି ଜିଲ୍ଲାପାଳ ବିଶାଳ ସିଂହ ପ୍ରକାଶ କରିଛନ୍ତି । ଏହାସହ ଜିଲ୍ଲାପାଳ କହିଛନ୍ତି ଶୁଆକାଟୀ ଜାତୀୟସ୍ତରରେ ପୁରସ୍କୃତ ହେବା କେନ୍ଦୁଝର ଜିଲ୍ଲା ପାଇଁ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ । ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାରରେ ଶୁଆକାଟୀ ଗ୍ରାମ ପଞ୍ଚାୟତକୁ ସ୍ୱତନ୍ତ୍ର ଜୁରି ପୁରସ୍କାର ମିଳିବା ତୃଣମୂଳ ସ୍ତରରେ ମଧ୍ୟ ପ୍ରଯୁକ୍ତିର ପରିବର୍ତ୍ତନକାରୀ ଶକ୍ତିର ପ୍ରମାଣ । ଏହି ମାନ୍ୟତା ନବସୃଜନ ଏବଂ ଦୃଢ଼ ସମର୍ପଣଭାବ ଦ୍ୱାରା ପ୍ରଭାବଶାଳୀ ଶାସନ ପ୍ରକୃତରେ ଗ୍ରାମୀଣ ସମ୍ପ୍ରଦାୟକୁ ଉନ୍ନତ କରିପାରିବ ବୋଲି ଥିବା ଆମର ବିଶ୍ୱାସକୁ ଦୃଢ଼ କରୁଛି । ମୁଁ ଶୁଆକାଟୀ ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ଉନ୍ନତ ଦୃଷ୍ଟିକୋଣ, ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛି ।