ଶ୍ରୀଲ ପ୍ରଭୁପାଦଜୀ ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ : ମୁଖ୍ୟମନ୍ତ୍ରୀ :ଶହେ ବର୍ଷ ହେଲାଣି ଜ୍ଞାନର ଦୀପ୍ତି ବାଣ୍ଟୁଛି ଶ୍ରୀସଚ୍ଚିଦାନନ୍ଦ ମଠ
ଭୁବନେଶ୍ୱର: ଭକ୍ତି, ସେବା ଓ ମାନବତାର ଜୀବନ୍ତ ପ୍ରତୀକ ହେଉଛନ୍ତି ଶ୍ରୀଲ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଜୀ ଓ ୧୦୦ ବର୍ଷ ଧରି କଟକର ଶ୍ରୀ ସଚ୍ଚିଦାନନ୍ଦ ମଠ ଆଧ୍ୟାତ୍ମିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଏକ ନୈତିକତାର ପ୍ରଦୀପ ପ୍ରଜ୍ୱଳିତ କରି ଆସୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାହରଲାଲ ଇଣ୍ଡୋର ଷ୍ଟାଡିଅମ ଠାରେ ଶ୍ରୀଲ ପ୍ରଭୁପାଦଙ୍କ ୧୫୧ତମ ଆବିର୍ଭାବ ଜୟନ୍ତୀ ଓ କଟକର ଶ୍ରୀ ସଚ୍ଚÿିଦାନନ୍ଦ ମଠର ଶତବାର୍ଷିକୀ ଉସôବ ଅବସରରେ କହିଛନ୍ତି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କାହିଥିଲେଯେ, ପରମପୂଜ୍ୟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ଜୀ କେବଳ ଜଣେ ମହାନ ସନ୍ଥ, ଶିକ୍ଷକ କିମ୍ବା ଧର୍ମପ୍ରଚାରକ ନଥିଲେ, ତାଙ୍କର ଜୀବନ ଦର୍ଶନ, ଗୀତା ଓ ଭାଗବତର ଶାଶ୍ୱତ ସନେ୍ଦଶ ଏବଂ ଜୀବନକୁ ଭଗବାନଙ୍କ ସେବାରେ ନିୟୋଜିତ କରିବା, ଏହି ମୂଲ୍ୟବୋଧ ସଦା ଆମ ପାଇଁ ପ୍ରେରଣା ସାଜିଛି । ଶ୍ରୀ ସଚ୍ଚÿିଦାନନ୍ଦ ମଠ ଜ୍ଞାନର ଦୀପ୍ତି ବାଣ୍ଟିବା ସହ କର୍ତ୍ତବ୍ୟବୋଧ ଓ ଆତ୍ମଚିନ୍ତନର ମାର୍ଗ ଦର୍ଶନ କରିଆସୁଛି । ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ଏହି ଚେତନାର ଜାଗରଣ ଆମ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପଦ । ଗତ ୧୦୦ ବର୍ଷରେ ଏହି ମଠ କେବଳ ଧର୍ମଚେତନା ଜାଗୃତ କରିନାହିଁ, ବରଂ ଶିକ୍ଷା, ଦାନ, ସାଧୁସଙ୍ଗ, ସମାଜସେବା ଓ ଯୁବପିଢ଼ିକୁ ନୈତିକ ଦିଶା ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ସେ କହିଥିଲେ ।
ଗୌଡୀୟ ମିଶନର ସଭାପତି ଶ୍ରୀମଦ୍ ଭକ୍ତି ସୁନ୍ଦର ସନ୍ୟାସୀ ଗୋସ୍ୱାମୀ ମହାରାଜ କହିଥିଲେଯେ, ଶ୍ରୀଲ ପ୍ରଭୁପାଦ ହେଉଛନ୍ତି ଜ୍ଞାନ ଆହୋରଣର ଏକ ଗ୍ରନ୍ଥ, ଯାହାକୁ ଜୀବନ ଭରି ଅଧ୍ୟୟନ କଲେ ମଧ୍ୟ ସରିବନି । କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ । ଏହି ଅବସରରେ ଶ୍ରୀମଦ୍ ଭକ୍ତି ବିଚାର ଭାରତୀ ମହାରାଜ, ଗୌଡୀୟ ମିଶନର କମିଟି ମେମ୍ବର ଉମେଶ ଖଣ୍ଡେଲୱାଲ୍ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଗୌଡୀୟ ବୈଷ୍ଣବ ସମ୍ମିଳନୀର ସଭ୍ୟ ଭକ୍ତି ବୋଧାୟନ ବେଦାନ୍ତ ମହାରାଜ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭକ୍ତି ରୂପକ ରାଧାନ୍ତି ମହାରାଜ ଧନ୍ୟବାଦ ଦେଇଥିଲେ ।