ରାସ୍ତା ନିର୍ମାଣ ନାଁରେ ବେଆଇନ୍ କ୍ରସର ସ୍ଥାପନ ଘଟଣା  : ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍


ାା ପ୍ରଭାନୁ୍ୟଜ ।ା ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ଅଞ୍ଚଳରେ ରାସ୍ତା କାମ ନାମରେ ବେଆଇନ ଭାବେ କ୍ରସର ବସାଇବା ଘଟଣାକୁ ନେଇ ପ୍ରଦୂଷଣ ବୋର୍ଡ ପକ୍ଷରୁ ସମ୍ପୃକ୍ତ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅଧିନରେ ଥିବା ଦୁର୍ଗମ ତୁଳସୀ ଅଞ୍ଚଳକୁ ରାସ୍ତା ନିର୍ମାଣ ପାଇଁ ହାଇଗ୍ରୀଭା ନାମକ ଏକ କମ୍ପାନୀ ଟେଣ୍ଡର ପାଇଥିବାବେଳେ ଏହି କମ୍ପାନୀ ରାସ୍ତା କାମ ନାମରେ ବେଆଇଆନ ଭାବେ ବିନା କୌଣସି ଅନୁମତିରେ କ୍ରସର ସ୍ଥାପନା କରି ପଥର ଖନନ ଆରମ୍ଭ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ସହ ପ୍ରଦୂଷଣ ବୋର୍ଡ କୋରପାଉଟ ପକ୍ଷରୁ ମଧ୍ୟ ସେଠାରେ ପହଞ୍ଚô ଘଟଣାର ତଦନ୍ତ କରଯାଇଥିଲା । ସମାଜସେବୀ ତଥା ପୂର୍ବତନ ପୋଲିସ ଅଧିକାରୀ ଶରତ ଚନ୍ଦ୍ର ବୁରୁଦା ଏହି ଅଭିଯୋଗ ଆଣିଥିବା ବେଳେ ଘଟଣାର ତଦନ୍ତ କରି କୋରପାଉଟ ପ୍ରଦୂଷଣ ବୋର୍ଡ କଣ୍ଟ୍ରୋଲ ପକ୍ଷରୁ ଏକ କାରଣ ଦର୍ଶାଅ ନୀତିଶ ଉକô କମ୍ପାନୀ ନାମରେ ଜାରି କରାଯାଇଛି । କ୍ରସର ସ୍ଥାପନ ପାଇଁ ଏନଓସି ନିଆଯାଇଛି କି ନାହିଁ, ଜମି ପାଇଁ ଆବେଦନ ହୋଇଛି କି ନାହିଁ ଭଳି ବିଭିନ୍ନ କାରଣକୁ ନେଇ ଏହି କାରଣ ଦର୍ଶାଅ ନୋଟି ଜାରି କରାଯାଇଥିବା ଜଣାପଡିଛି । ଆସନ୍ତା ୧୫ ଦିନ ମଧ୍ୟରେ ଏହି ନୋଟିସର ଉତ୍ତର ରଖିବାକୁ ଉଲ୍ଲେଖ ରହିଥିବା ଜଣାପଡିଛି ।