ମୁଖ ଦୁର୍ଗନ୍ଧ ସମସ୍ୟା
ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ । ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ । କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍ ସାବଧାନତାର ସହ ଟିକେ ଦଲକି କଥା ହେବାକୁ ହୋଇଥାଏ; ଯେମିତିକି ସମ୍ମୁଖରେ ଥିବା ଲୋକ କିଛି ବି ଅସହକ ଅନୁଭବ ନ କରନ୍ତୁ । ତେବେ ଏଥିରୁ କେମିତି ମୂଛି ପାଇହେବ ଜାଣନ୍ତି ସେ ସମ୍ପର୍କରେ..
ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ, ପାନମଧୁରୀ ‘ହେଉ କିମ୍ବା ଗୁଜୁରାତି ଖାଇଲେ ଏହି ସମସ୍ୟାରୁ କେତେକ ଶରେ ମୁକ୍ତି ମିଳିଥାଏ । ପାଚନକ୍ରିୟାରେ ବି ଏହା ଅନେକ ସହାୟକ ହୋଇଥାଏ ।
ପୂଦିନା ପତ୍ର ବି ଚୋବାଇଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ଏଥିରେ ଥବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମୁଖରେ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଫ୍ରେସନେଶ ଆଣିଥାଏ । ଲବଙ୍ଗ ଚୋବାଇଲେ ଏହି ଅନେକାଂଶରେ ସମସ୍ୟାରୁ ଫାଇଦା ମିଳିଥାଏ ।
ନିମ୍ବକାଠିରେ ଦାନ୍ତ ଘଷିଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଲେମ୍ବୁପାଣିରେ କୁଳୁକୁଞ୍ଚା କଲେ ବି ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । କାରଣ ଲେମ୍ବରେ ଭରି ରହିଥିବା ଆଣ୍ଟିସେପ୍ଟିକ୍ ତଥା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମୁଖ ଭିତରେ ଦୁର୍ଗନ୍ଧ ସୃଷ୍ଟି କରାଇଥିବା ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।