ମଧୁମେହ ରୋଗୀଙ୍କୁ ଉପଶମ ଦେବ ଏହି ଔଷଧୀୟ ଚା'

ମଧୁମେହ ରୋଗୀଙ୍କୁ ଉପଶମ ଦେବ ଏହି ଔଷଧୀୟ ଚା'

ମଧୁମେହ ରୋଗୀଙ୍କ ପାଇଁ ଭଲ ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା'। ଯାହାକୁ ପିଇଲେ ଆପଣ ଚା’ର ମଜା ପାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ହିତକାରୀ ହେବ। କେବଳ ଯେ ମଧୁମେହ ରୋଗ ତାହା ନୁହେଁ ଏହା ହୃଦରୋଗ ସମେତ କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ମଧ୍ୟ  ଲାଭଦାୟକ ହୋଇଥାଏ । ଗନ୍ଧମାର୍ଦ୍ଧନ ପର୍ବତରୁ ସଂଗୃହୀତ ଚେରମୂଳିରୁ ପ୍ରସ୍ତୁତ ହୋଇଛି ଏଭଳି ଔଷଧୀୟ ଚା’ ।

                              ଏଭଳି ଔଷଧୀୟ ଚା’ ପ୍ରସ୍ତୁତ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଜ୍ଞାନ ପକ୍ଷରୁ ପ୍ରାୟ ୩୦ ପ୍ରକାର ଔଷଧୀୟ ଚା’ ଉତ୍ପାଦନ କରାଯାଇଛି । ମୂଷାଙ୍କ ଉପରେ ସଫଳ ପ୍ରୟୋଗ ପରେ ଏହାର ବଜାର ପ୍ରବେଶ କରିବାକୁ ଯୋଜନା ରଖିଛନ୍ତି କର୍ତ୍ତୃପକ୍ଷ । ଏନେଇ ଷ୍ଟାର୍ଟ ଅପ୍ ସଂସ୍ଥା ଅର୍କିଡ୍ ହର୍ବାଲ ପ୍ରାଇଭେଟ୍ ଲିମିଟେଡ୍ ଚୁକ୍ତି ହୋଇଛି । ଏମଧ୍ୟରେ FSSI, GMO, ISOର ଅନୁମୋଦନ ମିଳିସାରିଛି । ଖୁବଶୀଘ୍ର ଏହି ନୂତନ ଚା' ବଜାରରେ ଉପଲବ୍ଧ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।