ସମୁଦ୍ର ଅଶାନ୍ତ, ମାଛ ଧରିବାକୁ ନ ଯିବାକୁ ସତର୍କ 

ପାରାଦୀପ : ଆସନ୍ତା ୨୪ ତାରିଖ ଠାରୁ ୨୬ ତାରିଖ ତିନିଦିନ ପର୍ଯ୍ୟନ୍ତ ଅଶାନ୍ତ ରହିବ ସମୁଦ୍ର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ର ପ୍ରଭାବ ରେ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ଓ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନଯିବାକୁ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ  ସତର୍କ କରାଇ ଦିଆଯାଇଛି । ବିଭାଗ ପକ୍ଷରୁ ପାରାଦ୍ୱୀପ ର ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ନୂଆ ବଜାର ନୋଳିଆ ସାହି, ଷଣ୍ଢକୁଦ ବସ୍ତି ଓ ଚଉମୁହାଣୀ ପ୍ରଭୃତି ମାଛଧରା ସ୍ଥାନ ଓ ମସô୍ୟଜୀବୀ ଙ୍କ ବସ୍ତି ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ କୈାଣସି ମତ୍ସ୍ୟଜୀବୀ ସମୁଦ୍ର କୁ ମାଛ ଧରିବା ପାଇଁ ନଯିବା ସହିତ ଯେଉଁମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି ସେମାନେ ୨୪ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ସୂଚନା ଦିଆଯାଇଛି  ।