ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉସବ
ରାଜକନିକା: ରାଜକନିକା ବ୍ଲକ ଓଳାଭର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉସôବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ହଳଧର ବେହେରା ଯୋଗ ଦେଇ କଲେଜର ନୀତି ନିୟମ, କ୍ଲାସ, କଲେଜର ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେବା ସହିତ, ପାଠ ପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ମୁରଲୀ ଧର କର ଅତିଥି ପରିଚୟ ସହ ନବାଗତ ଛାତ୍ର ଛାତ୍ରୀଙ୍କ ଉଦେ୍ଦଶ୍ୟରେ ନିଜର ଅଭିଭାଷଣ ରଖିଥିଲେ । କଲେଜରେ ଥିବା ଅନ୍ୟ ସମସ୍ତ ବିଭାଗ ଯଥା ଗ୍ରନ୍ଥାଗାର ସମ୍ପର୍କରେ ନିବେଦିତା ପଲାଇ, କ୍ରୀଡା ସମ୍ପର୍କରେ ମନୀନ୍ଦ୍ର ସାହୁ, +୨ ପରୀକ୍ଷା ସମ୍ପର୍କରେ ପ୍ରତାପ କୁମାର ବିଶ୍ୱାଳ, ସ୍କଲାରସିପ, ସାଥି ଆପ, ବିଷୟରେ ସୁନୀଲ କୁମାର ରାଉତ, ଆତ୍ମରକ୍ଷା କୌଶଳ ସମ୍ପର୍କରେ ଅବନ୍ତୀ ରୟ, ଜାତୀୟ ସେବା ସଂସ୍ଥାର ସଂଯୋଜକ ମଧୁସୂଦନ ମାଝୀ, ଜୁନିୟର ରେଡ କ୍ରସର ସଂଯୋଜକ ଡ଼ଃ ବସନ୍ତ କୁମାର ସେଠି, ସ୍କାଉଟ ଆଣ୍ଡ ଗାଇଡ଼ ର ମୁଖ୍ୟ ରଞ୍ଜନ କୁମାର ବେହେରା, ଆଣ୍ଟି ରାଗିଙ୍ଗ ସେଲ, ଇଣ୍ଟେରନାଲ କମ୍ପ୍ଲେନ କମିଟିର ମୁଖ୍ୟ ମୁରଲୀ ଧର କର, ଏହି ସମସ୍ତ ବିଭାଗ ଦାଇତ୍ୱରେ ଥିବା ଅଧ୍ୟାପିକା ଓ ଅଧ୍ୟାପକ ନିଜ ନିଜର ବିଭାଗର ଗୁରୁତ୍ୱ ଓ ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପକ ମୁରଲୀଧର କର ଧନ୍ୟବାଦ ଅର୍ପଣ କରିଥିଲେ ।