ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପେନସନ୍ ଆସୋସିଏସନ

ପୁରୀ:: ଅଲ୍ ଓଡ଼ିଶା ଇପିଏଫ ପେନ୍ସର୍ନ୍ସ ଆସୋସିଏସନର ପୁରୀ ଜିଲ୍ଳା ଶାଖା ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଇପିଏଫ୍ ପେନ୍ସନ୍ ଭୋଗୀଙ୍କ ବିଭିନ୍ନ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ନକରାତ୍ମକ ମନୋଭାବକୁ ନେଇ ପେନସନ୍ ଭୋଗୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ସେମାନଙ୍କ ପେନସନ୍ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଳା ସଭାପତି କୈଳାସ ଚନ୍ଦ୍ର ସାହୁଙ୍କ ସ୍ୱାକ୍ଷରରେ ଦିଆଯାଇଥିବା ଏହି ସ୍ମାରକ ପତ୍ରରେ ୫ଦଫା ଦାବି ନେଇ ଉଲ୍ଲେଖ କରାଯାଇଛି । ନଭେମ୍ବର ୧୬ ତାରିଖକୁ ଇପିଏଫ କର୍ମଚାରୀମାନେ ଡ଼ିମାଣ୍ଡ ଡ଼େ ଭାବେ ପାଳନ କରୁଛନ୍ତି ବୋଲି ଉଲ୍ଲେଖ କରାଯିବା ସହ ପେନସନ୍ର ବୃଦ୍ଧି ପାଇଁ ନିବେଦନ କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୪/୧୦/୨୦୧୬ର ନିଦେ୍ର୍ଦଶ ମତେ ପେନସନ୍ ଦିଆଯିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ମତେ ସମସ୍ତ ଇିପିଏଫ ନାଇନଟି ଫାଇଭ ପେନସନ୍ ଧାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିସôା ସୁବିଧା ଦିଆଯିବା ପାଇଁ ସ୍ମାରକପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।