ସାରା ବିଶ୍ୱକୁ ଆହ୍ୱାନ ଦେଲେ ଜୟଶଙ୍କର : ‘ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଦେଖାନ୍ତୁ’

 ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂରର ସଫଳତା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରତିପକ୍ଷ ରାଷ୍ଟ୍ରଙ୍କ ସହ ଏ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହାସହ ଟ୍ୱିଟ୍ କରି ‘ଆତଙ୍କବାଦ ପ୍ରତି ସାରା ବିଶ୍ୱ ଶୂନ୍ୟ ସହନଶୀଳତା ଦେଖାଉ’ ବୋଲି ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି । ଭାରତକୁ ଆତଙ୍କବାଦୀଙ୍କୁ ଛାଡ଼ି ପାକିସ୍ତାନ୍ ଯେପରି ଭାବେ ୨୬ ଜଣଙ୍କୁ ହତ୍ୟା କଲା ତା’ର ପ୍ରତିଶୋଧ ନିଆଯାଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି । ତେବେ ଏହି ଅପରେସନ୍ ସମ୍ପର୍କରେ ଜୟଶଙ୍କର ଜାପାନ, ଜର୍ମାନ, ଫ୍ରାନ୍ସ, ସ୍ପେନ୍ ଏବଂ କତର ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟଙ୍କ ସହ କଥା ହୋଇଛନ୍ତି ।
ଜାପାନ ବୈଦେଶିକ ମନ୍ତ୍ରୀ ତାକେଶୀ ଇୱାୟା ଭାରତ ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହ ଗତ ୨୨ରେ ପାକିସ୍ତାନ ଯେଉଁ କାଣ୍ଡ ଭିଆଇଥିଲା ତା’ର ଫଳ ପାଇଛି ବୋଲି ଜୟଶଙ୍କରଙ୍କ ସହ ଫୋନ୍ ବାର୍ତ୍ତାଳପରେ କହିଛନ୍ତି ତାକେଶୀ ।  ସେହିପରି ଫ୍ରାନ୍ସ ଏବଂ ଜର୍ମାନୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ଭାରତର ଅପରେସନ୍ ସ୍ୱାଗତ କରିବା ସହ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଦେଇଥିବା ଆହ୍ୱାନ ଉପରେ ଏବେ ଆଲୋଚନ ଜାରି ରହିଥିବା କହିଛନ୍ତି । ସେହିପରି କତର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମଧ୍ୟ ଜୟଶଙ୍କର ସହ କଥା ହୋଇ ଖୁସିବ୍ୟକ୍ତ କରିବା ସହ ସୀମାପାର ଆତଙ୍କୀଙ୍କ ବିରୁଦ୍ଧରେ ଭାରତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ସେମାନେ ଏକ୍ସରେ ମଧ୍ୟ ଉଲ୍ଲେଖ କରିଛନ୍ତି ।