୩ ସ୍ଥାନରେ ଶିଖାଗଲା ନିରାପତ୍ତା କୌଶଳ


ପୁରୀ: ପୁରୀର ଟାଉନଥାନା, ପୁରୀ ହୋଟେଲ ସମ୍ମୁଖସ୍ଥ ବେଳାଭୂମି ଓ ପେଣ୍ଠକଟା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଆଦି ୩ଟି ସ୍ଥାନରେ ଏସ୍.ଡ଼ି.ଆର.ଏଫ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ ମକ୍ଡ଼ି୍ରଲ୍ କରାଯାଇଥିଲା । ଯୁଦ୍ଧ ସମୟରେ ନାଗରିକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ସେ ବିଷୟରେ ପ୍ରସ୍ତୁତି ପ୍ରଦର୍ଶନ ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏସ୍ପି ବିନିତ୍ ଅଗ୍ରୱାଲ, ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଳା ପ୍ରଶାସନ ବରିଷ୍ଠ ଓ ପୋଲିସ ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ଏହି ମକ୍ଡ଼ି୍ରଲ ଅନୁଷ୍ଠିତ ହୋଇଥିଲା । ସାଇରନ୍ ମାରି ଲୋକମାନଙ୍କୁ ସତର୍କ କରାଯାଇଥିଲା । ସାଇରନ୍ ବାଜିବା ପୂର୍ବରୁ ଦିଆଯାଇଥିବା ପରାମର୍ଶ ଅନୁଯାୟୀ ଲୋକମାନେ ନିଜର ନିରାପତ୍ତା ରକ୍ଷା କରିଥିଲେ । ଦ୍ୱିତୀୟ ସାଇରନ୍ ବାଜିବା ପରେ ମକ୍ଡ଼ି୍ରଲ ଶେଷ ହୋଇଥିଲା । ଗୁଳିଗୋଳା ବର୍ଷଣ ସମୟରେ ଆତ୍ମରକ୍ଷା ସହିତ ଅନ୍ୟମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା ।