କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ
ଆସିକା: ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୧୩ ଗୋଟି କ୍ଲଷ୍ଟରମାନଙ୍କରେ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟଗୁଡିକୁ ଆନନ୍ଦମୟ ଓ ଶିକ୍ଷା ଭିତ୍ତିକ ପରିବେଶ ସୃଷ୍ଟି କରିବା, ପିଲାମାନେ ନିଜ ଭାଷାକୁ ମୁକ୍ତ ଭାବେ ଶିକ୍ଷା ଲାଭ କରିବେ, ସବୁ ପିଲାମାନେ ଯେଭଳି ସମସ୍ତ ସୁବିଧା ସୁଯୋଗ ମିଳି ପାରିବ, ସେଥି ପାଇଁ ସୁନ୍ଦର ପରିବେଶ ଗଢି ତୋଳିବାକୁ ଶପଥ କରିଥିଲେ । ପିଲାମାନଙ୍କ ଦୈନିକ ଦିନ ଜୀବନରେ ସେମାନଙ୍କ ଲେଖିବା, ପଢିବା,ସଂଖ୍ୟା ଜ୍ଞାନ, ଗଣିତ ଜ୍ଞାନ, ସ୍ୱାକ୍ଷରତା ସୃଜନଶିଳତା ମତାମତ ଓ ଆଲୋଚନାଚକ୍ର ଉପରେ ବିଭିନ୍ନ କ୍ଳଷ୍ଟରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମ ଠାରୁ ତୃତୀୟ ଶ୍ରେଣୀ ଛାତ୍ରଛତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ଅଭିଭାବକ ଏବଂ ସାଥିରେ ଏକ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ଆଜି ହରିଡ଼ାପଦର କ୍ଲଷ୍ଟରର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସିସି ସମୀର କାନ୍ତ ନାୟକଙ୍କ ସଂଯୋଜନାରେ ଏବିଇଓ ବିଭୁ ନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ