ମୁମ୍ବାଇ ନିର୍ବାଚନ ଏକଜିଟ୍‌ ପୋଲ୍‌ : ଏକପାଖିଆ ଜିତିବ ମହାୟୁତି

ମୁମ୍ବାଇ ନିର୍ବାଚନ ଏକଜିଟ୍‌ ପୋଲ୍‌  : ଏକପାଖିଆ ଜିତିବ ମହାୟୁତି

ମୁମ୍ବାଇ : ବୃହନମୁମ୍ବାଇ ମୁନିସପାଲ କର୍ପୋରେସନ୍‌ ନିର୍ବାଚନ ଶେଷ ହୋଇଛି । ଦେଶର ଏହି ଧନୀ ମହାନଗର ନିଗମ ନିର୍ବାଚନରେ ୧୫୯୩୧ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ୪ ବର୍ଷ ବିଳମ୍ବରେ ୨୨୭ ଆସନ ବିଶିଷ୍ଟ ଏହି ମହାନଗର ନିଗମ ପାଇଁ ମତଦାନ ହୋଇଥିଲା । ଆଜି ଆସିଥିବା ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଏକପାଖିଆ ବାଜିମାତ୍‌ କରିବ ଆକ୍ସିସ ମାଇ ଇଣ୍ଡିଆର ଆକଳନ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୧୩୧ରୁ ୧୫୧ ଆସନରେ ଜିଣିବ । ସେହିପରି ଜେଭିସିର ଆକଳନ ଅନୁଯାୟୀ ମହାୟୁତି ୧୩୮ ଆସନ, ସକାଳର ଆକଳନ ଅନୁଯାୟୀ ମହାୟୁତି ୧୧୯ ଆସନରେ ବାଜିମାତ୍‌ କରିବ । ଅପରପକ୍ଷରେ ଠାକରେ ଭାଇଙ୍କ ରଣନୀତି ଫେଲ ମାରିବ ବୋଲି ଆକଳନ କରାଯାଇଛି । ୨୦ ବର୍ଷ ପରେ ଠାକରେ ଭାଇ ଏକାଠି ହୋଇ  ନିର୍ବାଚନ ଲଢୁଛନ୍ତି । ଜାନୁଆରୀ ୧୬ ଅର୍ଥାତ୍‌ ଶୁକ୍ରବାର ଦିନ ବିଏମସି ଭୋଟ୍‌ ଗଣତି ହେବ ।