ସୁରକ୍ଷା ସମସ୍ତଙ୍କଠାରୁ ଆରମ୍ଭ ହୁଏ: ଉଷା ପାଢ଼ୀ

 ଭୁବନେଶ୍ୱର : ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ ‘ଶୂନ୍ୟ ଦୁର୍ଘଟଣା ଦିବସ' ପଦକ୍ଷେପ ଅଧୀନରେ ଏହାର ପ୍ରୟାସକୁ ତୀବ୍ର କରିଛି । ନିରାପଦ ଡ୍ରାଇଭିଂ ଅଭ୍ୟାସ ଉପରେ ନିଯୋଜିତ ସମସ୍ତ କ୍ୟାପ୍ଟେନ ଏବଂ ଗାଇଡମାନଙ୍କ ସହିତ ବିଶେଷ ଆଲୋଚନା କରାଯାଉଛି ଓ ସଦସ୍ୟମାନଙ୍କୁ ସଚେତନ କରିବା, ସେମାନଙ୍କ ଦାୟିତ୍ୱକୁ ସୁଦୃଢ଼ କରିବା ଏବଂ ରାସ୍ତାରେ ଉତ୍ତରଦାୟିତ୍ୱ ଏବଂ ଯନôର ସଂସ୍କୃତିକୁ ପ୍ରୋସôାହିତ କରିବା ପାଇଁ ଏହି ଅଧିବେଶନଗୁଡିକ ଡିଜାଇନ୍ କରାଯାଇଛି । ଏହି କ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ‘କ୍ରୁଟ’ ଡିପୋକୁ ପରିଦର୍ଶନ କରି ଏକ ଇଣ୍ଟରାକ୍ଟିଭ୍ ଅଧିବେଶନରେ କ୍ୟାପ୍ଟେନ ଏବଂ ଗାଇଡମାନଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗ ଦେଇଥିଲେ । ସେ ସେବା ଓ ନିରାପତ୍ତାର ସର୍ବୋଚ୍ଚ ମାନ ବଜାୟ ରଖିବାକୁ କର୍ମଚାରୀଙ୍କୁ ଅବଗତ ଓ ପରାମର୍ଶ ଦେଇ  ସଡ଼କ ନିରାପତ୍ତା ଶପଥ ପାଠ  କରାଇଥିଲେ । ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୋଇଥାଏ । ପ୍ରତ୍ୟେକ ଯାତ୍ରା ଯେପରି ଠିକ୍ ସମୟରେ ନିରାପଦ ଏବଂ ନିର୍ଭରଯୋଗ୍ୟ ହୁଏ ତାହା ନିଶ୍ଚିତ କରିବାକୁ ଆମେ ଶପଥ ନେବା ବୋଲି ଶ୍ରୀମତୀ ପାଢୀ କହିଛନ୍ତି ।