ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

ବରଗଡ଼ : ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଯୁବକ ମୃତ । ବରଗଡ଼ ନିକଟସ୍ଥ ବରଡୋଲରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଡିଜେ ଗାଡିରେ କାର୍ଯ୍ୟରତ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଚପିିଲିମାର ଅଶୋକ ସୁନା ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଅମ୍ବାଭୋନା ବ୍ଲକ ଭୁକ୍ତାରୁ ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବାବେଳେ ଅଶୋକ ବୁଧବାର ସକାଳରେ ବରଡୋଳ କେନାଲ ଛକରେ ଗାଧୋଇବା ପାଇଁ ଗାଡି ରଖି ଛିଡା ହୋଇଥିଲେ । ତେବେ ସେହି ରାସ୍ତା ଦେଇ ୧୧କେଭି ବିଦୁ୍ୟତ୍ ଲାଇନ ଯାଇଥିବାରୁ ହଠାତ୍ ବିଦୁ୍ୟତ ସଂସ୍ପର୍ଶରେ ଆସି ଅଶୋକ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଫଳରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଯୁଧିଷ୍ଠିର ମେହେର ଓ ତାଙ୍କର ସହଯୋଗୀ ବୁଲୁ କାଣ୍ଡ ସଙ୍ଗେସଙ୍ଗେ ଅଶୋକଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଘଟଣାସ୍ଥଳକୁ ବରଗଡ଼ ପୁଲିସ ପହଞ୍ଚô ତଦନ୍ତ ଜାରି ରଖିଛି ।