ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

 ହିଞ୍ଜିଳିକାଟୁ  : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସାମଗ୍ରୀକ ସଶକ୍ତିକରଣ ଉପରେ କେନ୍ଦ୍ରିତ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଏବଂ ସ୍କ୍ରିନିଂ ଅଭିଯାନ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଉଦ୍ଘାଟିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ.ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଡିଏମଓ ଡ଼.ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପୋଲେଇ, ହିଞ୍ଜିଳି ବିଧାୟକଙ୍କ ପୌରପରିଷଦ ପ୍ରତିନିଧି ପ୍ୟାରୀମୋହନ ପାଢି ଓ ଆସିକା ସାଂସଦଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିବିରରେ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ବିଭିନ୍ନ କର୍କଟ ଚିହ୍ନଟ, ରକ୍ତହୀନତା, ଯକ୍ଷ୍ମା ଏବଂ  ଅନ୍ୟାନ୍ୟ ଅଣ ସଂକ୍ରାମକ ରୋଗ ଚିହ୍ନଟ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ୧୬ ଜଣ ଡାକ୍ତର ଓ ଷ୍ଟାଫ୍ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମ ସହ ହାତ ମିଶାଇ ଯକ୍ଷ୍ମା ରୋଗୀଙ୍କୁ ଏକ ମାସ ପାଇଁ ପୁଷ୍ଟିକର କିଟ୍ ପ୍ରଦାନ କରିଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼.ପ୍ରତିଭା କୁମାରୀ ପାତ୍ର, ମେଡିସିନ ବିଶେଷଜ୍ଞ ଡ଼.ଦେବଜାନୀ ସାହୁ, ଡ଼.ସନ୍ତୋଷ କୁମାର ଷଡଙ୍ଗୀ, ଡ଼.ପତନ କୁମାର ମଲ୍ଲ, ଡ଼.ଅଦିତ୍ୟ କୁମାର ମହାପାତ୍ର, ଡ଼.ପି କୁର୍ମିଆ, ଡ଼.ଟିକିନା ବେହେରା, ଡ଼.ସୋନାଲି ଗୁପ୍ତା, ନର୍ସିଂ ଅଫିସର ରେଣୁବାଳା ବେହେରା, ହସ୍ପିଟାଲ ମେନେଜର ମହେଶ୍ୱତା, ଫାର୍ମାସିଷ୍ଟ ପାତ୍ର, ସାଗର ସାହୁ, କାର୍ତ୍ତିକେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସତ୍ୟନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।