ସ୍କୁଲ ପୋଷାକ ବଣ୍ଟନରେ ୮କୋଟିର ଦୁର୍ନୀତି
ନବରଙ୍ଗପୁର: ଶିକ୍ଷାମନ୍ତ୍ରୀଙ୍କ ନିଜ ଜିଲ୍ଲା ନବରଙ୍ଗପୁର ଜିଲ୍ଲାରେ ସ୍କୁଲ ପୋଷାକ ବିତରଣରେ ୮କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ଆଣିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ଏ ନେଇ ନବରଙ୍ଗପୁର ଠାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଡ୍ରେସ୍ ଯୋଗାଣରେ ହୋଇଥିବା ମହାଦୁର୍ନୀତିକୁ ନେଇ ସରକାର ଉପରେ ବର୍ଷିଲେ ଶ୍ରୀଯୁକ୍ତ ମାଝୀ । ଶିକ୍ଷାମନ୍ତ୍ରୀଙ୍କ ନିଜ ଜିଲ୍ଲାରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଟଙ୍କାକୁ ହରିଲୁଟ୍ କରିଛନ୍ତି ଶିକ୍ଷକ ଓ ଅଧିକାରୀ । ଜିଲ୍ଲାରେ ସମସ୍ତ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାର ଡ୍ରେସ ସହ ଜୋତା ଓ ଟ୍ରାକ୍ ସୁଟ ଯୋଗାଇ ଦେଇଥାନ୍ତି । ଜଣେ ପିଲା ପିଛା ସରକାର ଏକ ହଜାର ଟଙ୍କା ପ୍ରଦାନ କରୁଥିବାବେଳେ ଏହି ଟଙ୍କାକୁ ଲୁଟ କରିଛନ୍ତି ନିମ୍ନମାନର ସାମଗ୍ରୀ ଯୋଗାଣ କରି ଲୁଟିଛନ୍ତି ।
୨ଲକ୍ଷ୧୧ହଜାର ୦୫୦ଜଣ ଛାତ୍ରଛାତ୍ରୀ ସ୍କୁଲ ଜିଲ୍ଲାରେ ରହିଥିବାବେଳେ ଏହି ଡ୍ରେସଗୁଡିକ ଏସ୍ଓଜି ଗ୍ରୁପ ଓ ଏମଏସଏମଇ ମାଧ୍ୟମରେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଯେଉଁ ଡ୍ରେସ୍ ଯୋଗାଇ ଦିଆଯାଇଛି ତାହା ନିମ୍ନମାନର ଡ୍ରେସ୍ । ଯାହା ରୋଟୋ କଟନ ଏବଂ ସିଫୋନ ମିକ୍ସ ଟେରିକୋଟ ଭଳି କପଡ଼ାର ନିମ୍ନମାନର ଡ୍ରେସ୍ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ଜିଲ୍ଲାରେ ଯେଉଁ ଟେଲରିଂ ୟୁନିଟ ଡ୍ରେସ୍ ଯୋଗାଣ କରିଛନ୍ତି ସେଥିମଧ୍ୟରୁ କାହାର ମଧ୍ୟ ମେନୁ୍ୟ ଫେକ୍ଚରର ୟୁନିଟ ନାହିଁ ଏବଂ ସେମାନଙ୍କ ଜିଏସଟି ନ ଥିବା ଅଭିଯୋଗ କରିଛନ୍ତି । ୨ଲକ୍ଷ ୧୧ ହଜାର ୦୫୦ଜଣ ଛାତ୍ରଛାତ୍ରୀ ସ୍କୁଲ ଜିଲ୍ଲାରେ ରହିଥିବାବେଳେ ୨୧କୋଟି ୧୦ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଅଷ୍ଟମରୁ ନବମ ୩୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ କରିଛନ୍ତି ୩ କୋଟି ଟଙ୍କାର ଅନୁଦାନ ଆସିଥିଲା । ସର୍ବମୋଟ ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୨୪ କୋଟି ୧୧ ହଜାର ୫୦ ଟଙ୍କାର ଅନୁଦାନ ଆସିଥିଲା । ସେଥିମଧ୍ୟରୁ ଜଣେ ଛାତ୍ରଛାତ୍ରୀଙ୍କ ପିଛା ୩୫୦ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । କାରଣ ଯେଉଁ ଡ୍ରେସ୍ ଯୋଗାଣ ହୋଇଛି ତାହା ରଟୋ କପଡା ରେ ତିଆରି ହୋଇଛି ଯାହାର ମୂଲ୍ୟ ୬୦ ଟଙ୍କା ଏବଂ ଅନ୍ୟଟି ର ମୂଲ୍ୟ ୧୧୦ ଟଙ୍କା ରହିଛି ଏବଂ ଟ୍ରାକ ପ୍ୟାଣ୍ଟ ଏବଂ ଟି ଶାର୍ଟ ଗୁଡିକ ମେଟି କପଡା ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି ଯାହା ବ୍ୟବହାର ଯୋଗ୍ୟ ନାହିଁ । ସେହିଭଳି ପ୍ରଥମରୁ ଦଶମ ସର୍ବମୋଟ ୨ ଲକ୍ଷ ୪୧ ହଜାର ୦୫୦ ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଜଣଙ୍କ ପିଛା ୩୫୦ ହିସାବରେ ମୋଟ ୮ କୋଟି ଟଙ୍କା ର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଗାଇଦିଆଯାଇଥିବା ଡ୍ରେସ୍ଗୁଡିକର ସାମ୍ପୁଲ ଗୁଡିକ ସମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଦର୍ଶିତ କରିବା ସହିତ ଯୋଗାଣ ହୋଇଥିବା ଡ୍ରେସ୍ର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ସରକାର କେଉଁ ଡ୍ରେସ୍ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଜିଲ୍ଲାରେ ମାନ ଡ୍ରେସ୍ ଯୋଗାଣ ହୋଇଛି ତାହା ଦର୍ଶାଇବା ସହିତ ବଣ୍ଟନ ହୋଇଥିବା ଡ୍ରେସ୍ ଗୁଡିକର କେଉଁ ଡ୍ରେସ୍ର ମାନ କ’ଣ ତାହା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛନ୍ତି ପ୍ରଦୀପ । ତେବେ ଏହି ସମସ୍ତ ପ୍ରମାଣ ତଥ୍ୟ ନେଇ ଭିଜିଲାନ୍ସ ଅଫିସରେ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ପ୍ରଦୀପ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ସମ୍ପାଦକ ଆଶିଷ ରଞ୍ଜନ ପଟ୍ଟନାୟକ, ସରୋଜ ପାତ୍ର, ନାରୀ ସଭାନେତ୍ରୀ ମଞ୍ଜୁଳା ମାଝୀ, ରାଜ୍ୟ ଛାତ୍ର ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଉପ ନଗର ପାଳ ସୌମ୍ୟା ମହାପାତ୍ର, ଅବିଭକ୍ତ କୋରାପୁଟ ଯୁବ ସଭାପତି ତାପସ ତ୍ରିପାଠୀ, ଉତ୍ତମ ତ୍ରିପାଠୀ,ସଞ୍ଜୟ ନାୟକ, ନଗର ସଭାପତି ପ୍ରମୋଦ କୁମାର ରଥ, ସୀମାଞ୍ଚଳ ପାଢ଼ୀଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ ।