ହଟିବେ କଣ୍ଟ୍ରୋଲ ଡିଲର!

ଭୁବନେଶ୍ୱର: ରାସନ୍ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ, ସ୍ୱଚ୍ଛ ଓ ସୁଗମ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି  । କଣ୍ଟ୍ରୋଲ ଡିଲର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବାକୁ ଯୋଜନା ହେଉଛି  । ସେହିପରି ପ୍ରତି ପଞ୍ଚାୟତରେ ପିଏମ୍ ପୋଷଣ କେନ୍ଦ୍ର ସ୍ଥାପନ ହେବ  ।  ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ, ପ୍ରତି ପଞ୍ଚାୟତରେ ପିଏମ ପୋଷଣ କେନ୍ଦ୍ର ସ୍ଥାପନ କରାଯିବ  । ସେଠାରେ ଜଣଙ୍କୁ ନିଯୁକ୍ତି ଦିଆଯିବ  । ଏଟିଏମ୍ ଭଳି ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ଼ ବି ପ୍ରଦାନ କରିବାର ଯୋଜନା ରହିଛି  । ସୁଲଭ ମୂଲ୍ୟରେ ଚାଉଳ, ଅଟା, ଡାଲି, ଚିନି ଓ ଲୁଣ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ରିହାତି ଦରରେ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି  । ଏବେ ୩୫ଟି ସ୍ଥାନରେ ପାଇଲଟ୍ ପ୍ରକଳ୍ପ କରାଯାଇଛି  । ଏହାର ସଫଳତା ଆଧାରରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ସମ୍ପ୍ରତି ପଞ୍ଚାୟତ ଓ ବିଭିନ୍ନ ବେସରକାରୀ ଡିଲରଙ୍କ ଦ୍ଭ ୭ ପୃଷ୍ଠାରେ...ଜରିଆରେ ଚାଉଳ ବା ଅନ୍ୟାନ୍ୟ ସାମଗ୍ରୀ ଆବଣ୍ଟନ କରାଯାଉଛି  । ଆଗକୁ କିନ୍ତୁ ବେସରକାରୀ ଡିଲର ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ସେହିପରି ଇ-କେୱାଇସି ଫଳରେ ଲକ୍ଷ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି  । ଏଯାବତ୍ ପ୍ରାୟ ୪ ଲକ୍ଷ ଭୂତ ହିତାଧିକାରୀଙ୍କୁ ରାସନ କାର୍ଡ଼ ତାଲିକାରୁ ବାଦ୍ ଦିଆଯାଇଛି  ।