ଏମ୍‌ସ କର୍ମଚାରୀଙ୍କୁ ହତ୍ୟା ଘଟଣା : ୪ ଗିରଫ, ବନ୍ଧୁକ ଜବତ

ଏମ୍‌ସ କର୍ମଚାରୀଙ୍କୁ ହତ୍ୟା ଘଟଣା : ୪ ଗିରଫ, ବନ୍ଧୁକ ଜବତ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ୱର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କ ହତ୍ୟାକାଣ୍ଡ ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ୍‌ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ଏସିପି ଜୋନ୍‌-୩ ତାପସ ଚନ୍ଦ୍ର ପ୍ରଧାନ କହିଛନ୍ତି, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରାଯିବା ସହ ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଜମିଜମା ବିବାଦକୁ କେନ୍ଦ୍ର କରି ପୂର୍ବ ଯୋଜନା ଅନୁଯାୟୀ ଏମସ ଯିବା ରାସ୍ତାରେ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କାରାଯାଇଥିଲା ।

ସୂଚନାଯୋଗ୍ୟ, ଭୁବନେଶ୍ଵର ଏମ୍‌ସରେ ଲ୍ୟାବ୍‍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ସୁଧାଂଶୁ ଖୁଣ୍ଟିଆଙ୍କୁ ଗତକାଲି ‌ଗୁଳିକରି ହତ୍ୟା କରାଯାଇଥିଲା । ଯାହା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।  ସୁଧାଂଶୁଙ୍କ ନିଜ କକା ପୁଅ ଶିବା ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୈତୃକ ସମ୍ପତ୍ତିରୁ ଭାଗ ନପାଇବା ରାଗରେ ଥିବା ଶିବା ସୁଧାଂଶୁଙ୍କୁ ହତ୍ୟା କରିବ ବୋଲି ଖୋଲା ଧମକ ଦେଇଥିଲା।