ହିଟ୍ ଆଣ୍ଡ୍ ରନ୍ ମାମଲା : ୨ ଅଭିଯୁକ୍ତ ଗିରଫ
ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ବରର ପାତ୍ରପଡ଼ାରେ ଘଟିଥିବା ହିଟ ଆଣ୍ଡ ରନ ଘଟଣା। ସ୍କର୍ପିଓ ଏବଂ ଥାର୍ ଗାଡ଼ି ରେସହ ରେ ପ୍ରାଣ ହରାଇଥିଲେ ମା’, ଝିଅ । ବର୍ତ୍ତମାନ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଧରାପଡ଼ିଛି କିଲର ସ୍କର୍ପିଓ ଏବଂ ତା’ ସହିତ ଦୁଇଜଣ ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିସନରେଟ ପୁଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ ଓ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ ବୋଲି ଜଣାପଡ଼ିଛି । ସୋହମ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ରୋହନ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ । ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ କମିସନରେଟ ପୁଲିସ ତାଙ୍କୁ ଗିରଫ କରିଛି। ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ତଦନ୍ତ ଚାଲିଛି ।