୫,୪୦୦ କୋଟିର ପୁଞ୍ଜିନିବେଶ କରିବ ଜିନ୍ଦଲ
କଳିଙ୍ଗନଗର: ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଏହାର ମେଲଟିଂ ଏବଂ ଡାଉନଷ୍ଟ୍ରିମ କ୍ଷମତାକୁ ବୃଦ୍ଧି କରିବା ସହ ବିଶ୍ୱରେ ଏକ ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଭାବେ ପରିଗଣିତ ହେବା ଉଦେ୍ଦଶ୍ୟ ନେଇ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ଏବଂ ଅଧିଗ୍ରହଣ ଯୋଜନା ଘୋଷଣା କରିଛି ।
ଷ୍ଟେନଲେସ ଷ୍ଟିଲରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିବା ପାଇଁ କମ୍ପାନୀ ପ୍ରାୟ ୫,୪୦୦ କୋଟି ଟଙ୍କାର ଏକ ତ୍ରିସ୍ତରୀୟ ନିବେଶ ରଣନୀତି ଘୋଷଣା କରିଛି । ଜିନ୍ଦଲ ଷ୍ଟେନଲେସ ଇଣ୍ଡୋନେସିଆରେ ବାର୍ଷିକ ୧.୨ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ଥିବା ଏକ ଷ୍ଟେନଲେସ୍ ଷ୍ଟିଲ୍ ମେଲ୍ଟ ସୋପ୍ ବିକାଶ ଏବଂ ପରିଚାଳନା ପାଇଁ ଯୌଥ ଉଦ୍ୟୋଗ ଆରମ୍ଭ କରିଛି । ଏଥିରେ ୭୦୦କୋଟି ଟଙ୍କାରୁ ଅଧିକ ନିବେଶ ହେବା ସହ କମ୍ପାନୀର ମେଲଟିଂ କ୍ଷମତା ୪୦% ବୃଦ୍ଧି ପାଇ ବାର୍ଷିକ ୪.୨ ମିଲିୟନ ଟନ୍ ହେବ । ଯାଜପୁରରେ ଏହାର ଡାଉନଷ୍ଟ୍ରିମ ଲାଇନର ସମ୍ପ୍ରସାରଣ ପାଇଁ କମ୍ପାନୀ ପ୍ରାୟ ୧୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛି । ଏହା ବ୍ୟତୀତ ରେଲୱେ ସାଇଡିଂ, ସଷ୍ଟେନେବିଲିଟି ସମ୍ବନ୍ଧୀୟ ପ୍ରକଳ୍ପ ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ଭଳି ଭିତିଭୂମି ସୁବିଧାଗୁଡ଼ିକର ଉନ୍ନତୀକରଣ ପାଇଁ କମ୍ପାନୀ ପ୍ରାୟ ୧୪୫୦ କୋଟି ଟଙ୍କାର ନିବେଶ ଆକଳନ କରିଛି । କମ୍ପାନୀ ଏକ ଗଠନମୂଳକ ପରୋକ୍ଷ ଅଧିଗ୍ରହଣ ଚୁକ୍ତି ମାଧ୍ୟମରେ ଗୁଜରାଟର ମୁନ୍ଦ୍ରାରେ ଥିବା ୦.୬ ଏମଟିପିଏ କୋଲ୍ଡ ରୋଲିଂ ମିଲ, କ୍ରୋମେନି ଷ୍ଟିଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ୫୪% ଇକ୍ୱିଟି ଅଂଶଧନ ଅଧିଗ୍ରହଣ କରିବ । ଏହି କାରବାରରେ ପ୍ରାୟ୧,୩୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ୧,୨୯୫ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି କ୍ରୟ ବାବଦରେ ଅବଶିଷ୍ଟ ୪୫ କୋଟି ଟଙ୍କା ରହିଛି । ଜିନ୍ଦଲ ଷ୍ଟେନଲେସର ବୋର୍ଡ ଅଫ୍ ଡିରେକ୍ଟରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ଉଲ୍ଲେଖନୀୟ ନିଷ୍ପତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପରିଚାଳନା ନିଦେ୍ର୍ଦଶକ ଅଭୁ୍ୟଦୟ ଜିନ୍ଦଲ । ସେ କହିଛନ୍ତି,ଇଣ୍ଡୋନେସିଆର ଯୌଥ ଉଦ୍ଯୋଗ ଆମକୁ ସର୍ବୋତମ ଗତି ଏବଂ କଞ୍ଚାମାଲ ସୁରକ୍ଷା ପ୍ରଦାନ କରିବ ଏବଂ ଯାଜପୁର ଲାଇନର ଉନ୍ନତିକରଣ ଘରୋଇ ଏବଂ ବିଦେଶୀ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରିବ । ଏହି ଅବସରରେ ସିଇଓ ତଥା ସର୍ବକାଳୀନ ନିଦେ୍ର୍ଦଶକ, ତରୁଣ କୁମାର ଖୁଲବେ କହିଛନ୍ତି, ଇଣ୍ଡୋନେସିଆର ଅପଷ୍ଟ୍ରିମ୍ ସୁବିଧାରେ ପୁଞ୍ଜିନିବେଶ ହେଉଛି ଏକ ପ୍ଲଗ୍ ଆଣ୍ଡ ପ୍ଲେ ମଡେଲ୍, ଯାହା ବର୍ତମାନର ଇଣ୍ଡଷ୍ଟ୍ରିଆଲ ପାର୍କ ସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ଲଜିଷ୍ଟିକ୍ ଏବଂ ଶକ୍ତି ଖର୍ଚ୍ଚ ଇଣ୍ଡୋନେସିଆକୁ ଏଭଳି ନିବେଶ ପାଇଁ ଅଧିକ ଅନୁକୂଳ କରିଥାଏ । ଏହାବ୍ୟତୀତ ଇଣ୍ଡୋନେସିଆ ସରକାର ନିକେଲ ଓର୍ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଦୀର୍ଘମିଆଦୀ ଟିକସ ହୋଲିଡେ ମାଧ୍ୟମରେ ଡାଉନଷ୍ଟ୍ରିମ୍ ସୁବିଧାରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରୁଛନ୍ତି । କ୍ରୋମେନି ଅଧିଗ୍ରହଣ ଆମର କୋଲ୍ଡ ରୋଲ ଉତ୍ପାଦ ବୃଦ୍ଧି କରିବାରେ ସହାୟକ ହେବ । କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ତଥା ଗ୍ରୁପ୍ ସିଏଫ୍ଓ ଅନୁରାଗ ମନ୍ତ୍ରୀ କହିଛନ୍ତି, ଏହି ନିବେଶ ଆମର ଡାଉନଷ୍ଟ୍ରିମ୍ କୋଲ୍ଡ ରୋଲ କ୍ଷମତାକୁ ସାମଗ୍ରିକ ଭାବେ ସନ୍ତୁଳନ କରିବାରେ ସହାୟକ ହେବ ଏବଂ ବିଶ୍ୱସ୍ତରୀୟ ବେଞ୍ଚ ମାର୍କର ନିକଟତର ହେବ ।
ଯାଜପୁରରେ ଡାଉନଷ୍ଟ୍ରିମ୍ ସମ୍ପ୍ରସାରଣ ଏବଂ ସିଏସପିଏଲ୍ ଅଧିଗ୍ରହଣ ଇଣ୍ଡୋନେସିଆ ଏସ୍ଏମ୍ଏସ୍ କ୍ଷମତା ସହିତ ଜଡ଼ିତ ଏବଂ ଏହା ଜିନ୍ଦଲ ଷ୍ଟେନଲେସର କମ୍ପାନୀ ସ୍ତରରେ ସାମଗ୍ରିକ ସୁବିଧା ସନ୍ତୁଳନକୁ ସମର୍ଥନ କରିବ । ଭିତିଭୂମିରେ ଉନ୍ନତି ଲଜିଷ୍ଟିକ୍ ସାମର୍ଥ୍ୟକୁ ଯଥେଷ୍ଟ ବୃଦ୍ଧି କରିବ ।