୫ ଡକାୟତ କୋର୍ଟ ଚାଲାଣ

ବାଲିକୁଦା-ବାଲିଚନ୍ଦ୍ରପୁର : ବିଭିନ୍ନ ଚୋରି ଘଟଣାରେ ପାଲିଚନ୍ଦ୍ରପୁର ପୁଲିସ ୫ ଡ଼କାୟତଙ୍କୁ କୋର୍ଟ ଚାଲାଣ ୬ ଗୋଟି ବାଇକ ସହ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ରାମଦାସପୁର ଗ୍ରାମର ରତ୍ନାକର ସେନାପତିଙ୍କ ପୁଅ ପ୍ରାଣକୃଷ୍ଣ ଓରଫ ପପୁନା (୩୦), ବାଲିକୁଦା ଗ୍ରାମର ସାଉଁଟି ଦଳେଇଙ୍କ ପୁଅ ମଣିନାଥ (୩୨), ବାବାଜି ଦଲେଇଙ୍କ ପୁଅ ପର୍ଶୁରାମ (୨୭), ଲୋଚନ ଦଳେଇଙ୍କ ପୁଅ ସମିର (୩୫), କଳ୍ପତରୁ ଦଳେଇଙ୍କ ପୁଅ ପପୁ (୨୪) ହୋଇଥିବା ବେଳେ ଥାନା ମାମଲା ନମ୍ବର ୪୩୯/୨୪, ୪୦୮/୨୪, ୪୫୨/୨୪, ୫୦୩/୨୪, ୫୦୨/୨୪ରେ ପୁଲିସ କୋର୍ଟ ଚାଲାଣ କରିଛି । ଏମାନଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ପୂର୍ବରୁ ମାମଲା ମଧ୍ୟ ରହିଛି । ଯେହେତୁ ମଟରସାଇକେଲ ଲୁଟରେ ଅଭିଯୁକ୍ତ ସମ୍ପୃକ୍ତି ଅଛନ୍ତି ସେଥିପାଇଁ ଏମାନେ ଅନ୍ୟସ୍ଥାନରେ ଅପରାଧ କରିଥାନ୍ତି ବୋଲି ପୁଲିସ ସନେ୍ଦହ କରି ଅଧିକ ତଦନ୍ତ ଜାରିରଖିଥିବା ଏସଡ଼ିପିଓ ସଂଜୟ ପଟ୍ଟନାୟକ ପ୍ରକାଶ କରିଛନ୍ତି । କିଛି ଦିନ ହେବ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଘରେ ପସି ଚୋରି କରିବା ସହ ଅନେକ ଦୋକାନ ମାନଙ୍କରୁ ମଧ୍ୟ ଲୁଟ କରିଥିଲେ । ଚୋରି ସମ୍ପର୍କରେ କ୍ରମାଗତ ଭାବେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଆସୁଥିଲା । ଉକ୍ତ ଚୋରି ଘଟଣାକୁ ଗୁରୁତ୍ୱ ଦେଇ ଯାଜପୁର ଏସପିଙ୍କ ନିଦେ୍ର୍ଦଶକ୍ରମେ ବାଲିଚନ୍ଦ୍ରପୁର ଥାନାଧିକାରୀ ସମରଜିତ୍ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଚଢାଉ ଜାରି ରହିଥିଲା । ଗତକାଲି କୌଣସି ସୂତ୍ରରୁ ଖବର ପାଇ ସାଉଡ଼ିଆ ପଞ୍ଚାୟତ ରଇପୁର ନଦୀଘାଟ ନିକଟରେ ଡ଼କାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଥାନାଧିକାରୀଙ୍କ ସମେତ ତଦନ୍ତ ଅଧିକାରୀ ଏସ.ଆଇ ସୁବାଶିଷ ଦାସ, ଏସ.ଆଇ ହରିଶ ଚନ୍ଦ୍ର ସିଂହ, ହାବିଲଦାର ରାଜ କିଶୋର ସ୍ୱାଇଁ, କନେଷ୍ଟବଳ ବି.କେ ତ୍ରିପାଠୀ, ସୁକୁମାର ବିଶ୍ୱାଳ, ମହିଳା କନେଷ୍ଟବଳ ବେଙ୍ଗୁଲି ଜେନା, ଗ୍ରାମରଖି ଜନ୍ମେଜୟ ଷେଣ୍ଢ ପ୍ରମୁଖ ଏହି ଟିମ୍ରେ ସାମିଲ ଥିଲେ ।