ନିୟମ ଉଲ୍ଲଂଘନରେ ଚାଲିଛି ଆୟୁଷ ଷ୍ଟୋନ ମେଗା କ୍ରସର
କବାଟବନ୍ଧ : ଧର୍ମଶାଳା ତହସିଲ ଅନ୍ତର୍ଗତ ରେଖିଦେଇପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁସୁନପୁର (ନୂଆସାହି) ଠାରେ ନିୟମ ଉଲ୍ଲଂଘନରେ ଚାଲିଛି ଆୟୁଷ ଷ୍ଟୋନ ମେଗା କ୍ରସର । ପ୍ରଶାସନ ପକ୍ଷରୁ ବେଆଇନ ଏବଂ ନିୟମ ଉଲ୍ଲଂଘନ କରି ଚାଲୁଥିବା କ୍ରସର ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହୁଥିଲେ ହେଁ ତାହା କରାଯାଉନାହିଁ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଧୂଳି, ଧୂଆଁରେ ଅଞ୍ଚଳବାସୀ ଅଣନିଶ୍ୱାସୀ ହେଉଛନ୍ତି । ଜଳ ବାୟୁ, ବୃକ୍ଷଲତା, ଚାଷ ଜମିର ଉର୍ବରତା ନଷ୍ଟ ହେଉଛି । ପ୍ରଶାସନ କେବଳ କାଗଜ କଲମରେ ନିୟମକରି ବସି ଯାଉଥିବା ବେଳେ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି କ୍ରସର ମାଲିକ ବୋଲି ଅଭିଯୋଗ ହେଉଛି । ସର୍ବସାଧାରଣଙ୍କ ଜାଣିବା ପାଇଁ ପ୍ରତ୍ୟକ କ୍ରସରର ସମ୍ମୁଖରେ ସୂଚନା ଫଳକରେ ଉଲ୍ଲେଖ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଏଠାରେ ମେଗା କ୍ରସର ସୂଚନା ଫଳକରେ କୌଣସି ସୂଚନା ସୂଚିତ କରିନି । ଯାହା ସାଧାରଣ ଜନତାଙ୍କୁ ଭ୍ରମିତ କରାଯାଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି କ୍ରସର ଚର୍ତୃପାର୍ଶ୍ୱରେ ପାଚେରୀ ନିର୍ମାଣ କରିବା ବ୍ୟବସ୍ଥା ଏବଂ ବୃକ୍ଷ ରୋପଣ ଏବଂ ପାଣି ସ୍ପ୍ରେର ନିୟମ ରହିଥିଲେ ମଧ୍ୟ ଏହା ଏଠାରେ କାର୍ଯ୍ୟକାରୀ କରାଯାଇନାହିଁ । ଏହା ଏଠାରେ ଦୀର୍ଘ ଦିନ ହେବ ଚାଲୁ ରହିଥିଲେ ମଧ୍ୟ ତାହା ଅଧିକାରୀଙ୍କ ନଜର ନପଡ଼ିବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଏହି କ୍ରସର ଚାଲିବାର କିଛି ନିର୍ଦ୍ଧିଷ୍ଟ ସମୟସୀମା ନାହିଁ । ରାତି ଦିନ ଏକ କରି କ୍ରସର ଚାଲୁଥିବାର ଦେଖିବାକୁ ମିଳୁଛି । ଫଳରେ ଶହଶହ ଟ୍ରିପ ବେଆଇନ ଭାବରେ ଲଘୁ ଖଣିଜ ପଦାର୍ଥ ଗଛିତ ରଖିଥିବା ଦେଖିବାକୁ ମିଳିଛି । ଏହିକ୍ରସର ମାସକୁ କିଛି ନିର୍ଦ୍ଧିଷ୍ଟ କିଛି ମେଟ୍ରିକ ଟନ ଚିପ୍ସ ଉତ୍ତୋଳନ କରିବାର କ୍ଷମତା ରହିଥିଲେ ମଧ୍ୟ କ୍ରସରରେ କିଛି ଅଲଗା ଦେଖିବାକୁ ମିଳୁଛି । ଏନେଇ ଅବଗତ ହୋବା ନିମନ୍ତେ ଜିଲା ପଦୂଷଣ ଅଧିକାରୀଙ୍କୁ ଯୋଗେ ଯୋଗାଯୋଗ କରିଥିଲେ ତାହା ସମ୍ଭବ ହୋଇନଥିଲା । ଏଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଜିଲ୍ଲାପାଳଙ୍କୁ ଦାବି ହୋଇଛି ।