ଜଣଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ସୂଚନା ଦାତା ସନେ୍ଧହରେ ଜଣେ ଯୁବକକୁ ହତ୍ୟା କରିଛନ୍ତି ନକ୍ସଲ । ମିଳିଥିବା ସୂଚନାନୁସାରେ, ବିଜାପୁର ଜିଲ୍ଲାର ଜଙ୍ଗଲା ପୁଲିସ ଥାନା ଅଧୀନରେ ଥିବା ପୋଟେନାର ଗ୍ରାମରେ ମାଓବାଦୀମାନେ ଏକ ପ୍ରଜାକୋର୍ଟ କରିଥିଲେ । ଏଥିରେ ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଆଦିବାସୀ ଯୁବକ ସୁବଳ ଦୁଲାରୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଏହି ମାମଲାରେ ବିଜାପୁର ଅତିରିକ୍ତ ଏସ୍ପି ଚନ୍ଦ୍ରକାନ୍ତ ଗଭର୍ନା ପ୍ରକାଶ କରିଛନ୍ତି । ଯେ ମାଟୱାଡା ନିବାସୀ ମାଡଭି ଦୁଲାରୁଙ୍କ ହତ୍ୟା ସମ୍ପର୍କରେ ସୂଚନା ମିଳିଛି । ଏହାର ଯାଞ୍ଚ କରିବା ପାଇଁ ଏକ ପୋଲିସ ଟିମ୍ ଘଟଣା ସ୍ଥଳ ଅଭିମୁଖେ ପଠାଯାଇଛି । ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ଜଣା ପଡିବ ବୋଲି ସେ ପ୍ରକାଶ କରିଥିଲେ ।