୭ ତାରିଖ ଯାଏ ସ୍କୁଲ ଛୁଟି : ରାଜ୍ୟ ସରକାର

ଚଣ୍ଡିଗଡ଼: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ଏଭଳିସ୍ଥିତିରେ ପଞ୍ଜାବରେ ଭୟଙ୍କର ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଆସନ୍ତା ୭ ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟକୁଛୁଟି ଘୋଷଣା କରିଛନ୍ତି। ଏପରିକି ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ରିଲିଫ୍‌ ଯୋଗାଇ ଦିଆଯାଉଛି।