ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଉପରେ ନିର୍ବାଚନ କମିଶନଙ୍କ କଡ଼ା ନଜର

 ଭୁବନେଶ୍ୱର : ଦେଶରେ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଓଡ଼ିଶାରୁ ଅନେକ ଆଚରଣବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଆସିଛି । ଏହି ସମସ୍ତ ଅଭିଯୋଗଗୁଡ଼ିକ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । 
ଦେଶରେ ସାଧାରଣ ନିର୍ବାଚନ ପାଇଁ ୨୦୨୪ ମାର୍ଚ୍ଚ ୧୬ ତାରିଖରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଓଡ଼ିଶାରେ ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନ ପାଇଁ ଉକ୍ତ ଦିନରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଦର୍ଶ ଆଚରଣ ବିଧି ସମୟରେ ରାଜନୈତିକ ଦଳମାନଙ୍କ ଆଚରଣ, ରାଜନୈତିକ ସଭା, ନିର୍ବାଚନୀ ଇସ୍ତାହାର, ମତଦାନ ଦିବସ, ମତଦାନ କେନ୍ଦ୍ର, କ୍ଷମତାସୀନ ଦଳଙ୍କ କାର୍ଯ୍ୟକଳାପ ଆଦି ବିଷୟରେ ବ୍ୟବହାର ନିର୍ଦ୍ଧିଷ୍ଟ କରାଯାଇଛି । କୌଣସି ସ୍ତର ଓ ବ୍ୟକ୍ତିଙ୍କ ଦ୍ୱାରା ଏହାର ଉଲ୍ଲଂଘନ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଉଛି । କିଛି କ୍ଷେତ୍ରରେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏ ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ଆସିଛି । ସର୍ବମୋଟ ୫୪୮ଟି ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହା ମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବଶିଷ୍ଟ ୯୯ଟି ଅଭିଯୋଗର ମଧ୍ୟ ସମୀକ୍ଷା ·ଲିଛି ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । 
ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ପରି·ଳନା କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରାଥମିକତା ରହିଛି ବୋଲି ଶ୍ରୀ ଧଳ ମତପ୍ରକାଶ କରିଛନ୍ତି । ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶୃଙ୍ଖଳାଯୁକ୍ତ ନର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଗୌରବ । ସାଧାରଣ ନିର୍ବାଚନ ଆମର ଜାତୀୟ ମହୋତ୍ସବ । ମତଦାନ ଦ୍ୱାରା ସମସ୍ତେ ଏହି ମହୋତ୍ସବରେ ସାମିଲ ହେବା ଉଚିତ ବୋଲି ଶ୍ରୀ ଧଳ ମତପ୍ରକାଶ କରିଛନ୍ତି ।  ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା  ଶୃଙ୍ଖଳାପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରାଯିବା ସହ ମତଦାତା ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।