ଆଜି ରତ୍ନଭଣ୍ଡାର ଖୋଲିବ, ହେବନି ଗଣତି
ଭୁବନେଶ୍ୱର: ଆଜି ରତ୍ନଭଣ୍ଡାର ଖୋଲିବ, ହେଲେ ରତ୍ନଭଣ୍ଡାରର ଗଣତି ହେବନି । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଭିତର ରତ୍ନଭଣ୍ଡାରର ମରାମତି ହେବା ପରେ ଯାଇ ରତ୍ନ ଅଳଙ୍କାରର ଗଣତି ମଣତି ହେବ । ତେବେ ଏ ସବୁ କାମ କେତେ ଦିନରେ ସରିବ, ସେନେଇ ସ୍ପଷ୍ଟ ଭାବେ କହିହେବନି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ମରାମତି, ଗଣତି ମଣତି ସମୟରେ ଦର୍ଶନରେ କୌଣସି ବି ଅସୁବିଧା ହେବନି ବୋଲି ସେ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବ । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । ଏନେଇ କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ତଡଉକରଣ, ଦେଉଳକରଣ, ଭଣ୍ଡାରମେକାପ, ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ରତ୍ନଭଣ୍ଡାର ଭିତରକୁ ଯିବେ । ଏଥିସହ ଉଚ୍ଚସ୍ତରୀୟ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ କର, ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବେ ।