ଆଜି ଦିଲ୍ଲୀରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ବାତିଲ

ଆଜି ଦିଲ୍ଲୀରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମସ୍ତ ଇଣ୍ଡିଗୋ ବିମାନ ବାତିଲ

ନୂଆଦିଲ୍ଲୀ : ଆଜି ଚତୁର୍ଥ ଦିନ ପାଇଁ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ୨୩୫ଟି ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୪୦୦ ଅତିକ୍ରମ କରିଛି । ଆଜି ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦିଲ୍ଲୀରୁ ଇଣ୍ଡିଗୋ ଏୟାରଲାଇନ୍ସର ଆଗମନ ଏବଂ ପ୍ରସ୍ଥାନ ବାତିଲ୍‌ କରାଯାଇଛି । ବେଙ୍ଗାଲୁରୁରେ ୧୦୨ଟି ବିମାନସେବା ବାତିଲ୍‌ କରାଯାଇ ଥିବାବେଳ ମୁମ୍ବାଇରେ ୧୦୪ଟି ଏବଂ ହାଇଦ୍ରାବାଦରେ ୯୨ଟି ବିମାନ ବାତିଲ୍‌ କରାଯାଇଛି । ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନ ବନ୍ଦରରେ ଫସି ରହିଛନ୍ତି ଏବଂ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


     ଇଣ୍ଡିଗୋ କହିଛି ଯେ, କର୍ମଚାରୀଙ୍କ ଅଭାବ ଯୋଗୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ସମସ୍ୟା ଦେଇ ଗତି କରୁଛି । ଗତ ଦୁଇ ଦିନ ମଧ୍ୟରେ ଏହାର ନେଟୱାର୍କ ଏବଂ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି ହୋଇଛି । ଏହି ଘଟଣାଗୁଡ଼ିକ ଦ୍ୱାରା ପ୍ରଭାବିତ ଆମର ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଆମେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ । ‘ଇଣ୍ଡିଗୋ’ର ଦଳଗୁଡ଼ିକ MOCA, DGCA, BCAS, AAI ଏବଂ ବିମାନବନ୍ଦର ଅପରେଟରଙ୍କ ସମର୍ଥନରେ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି । ଆମେ ଏହି ବିଳମ୍ବର ପ୍ରଭାବକୁ ହ୍ରାସ କରିବା ଏବଂ ସ୍ୱାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ । ବିମାନ କମ୍ପାନି ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ।