ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
କଟକ : ଖ୍ରୀଷ୍ଟ କଲେଜରେ ଛାତ୍ରୀମାନଙ୍କର ସୁରକ୍ଷା ପାଇଁ ୮ ଦିନ ଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଡ. କ୍ଷଣପ୍ରଭା ନନ୍ଦ ସଭାପତିତ୍ୱ କରି କହିଲେ ଯେ, ସାଂପ୍ରତିକ ପରିସ୍ଥିତିରେ ଛାତ୍ରୀମାନେ ନିଜର ସୁରକ୍ଷା ପାଇଁ ଏଭଳି ପ୍ରଶିକ୍ଷଣ ଶିବିରରେ ଭାଗନେଇ ନିରାପଦରେ ବଂଚିବା ପାଇଁ ଆଗେଇ ଆସିବା ଦରକାର । +୩ଛାତ୍ରୀ ଆତ୍ମରକ୍ଷା କ୍ଲବର ସଂଯୋଜିକା ଡ କବିତା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରର ପ୍ରଶିକ୍ଷିକା ସୃଷ୍ଟି ମିଶ୍ର ଓ ପ୍ରିୟଦର୍ଶିନୀ ଦାସ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିଥିଲେ । ତୃପ୍ତି ଗୋୟଲ ଆତ୍ମରକ୍ଷା ତାଲିମର ଅନୁଭୂତି ବର୍ଣ୍ଣନା କରିବା ସହ ରୁକସାନା ପରବିନ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ୧୦୦ତାଲିମ ପ୍ରାପ୍ତ ଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଡ ସଂଜୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଡ ମିତାଲି ମିଶ୍ର, ମିତାଞ୍ଜଳୀ ଜେଠୀ, ସସ୍ମିତା ରଣସିଂହ, ବିଶ୍ୱରୂପା ମହାନ୍ତି ଓ କ୍ରୀଡ଼ା ଶିକ୍ଷକ ଶୁଭମ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।