ରୂପାନ୍ତରୀଣ କାର୍ଯ୍ୟକ୍ରମରେ ହରିଲୁଟ୍
ବେତନଟୀ : ବିଜେଡି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ନୂତନ ଅଣ ସାମ୍ବିଧାନିକ ପଦବୀ ୫ଟି ସଚିବ ପାହ୍ୟା ସୃଷ୍ଟି କରାଯାଇ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଠାରୁ ବିଧାନସଭାକୁ ଓ ସଚିବାଳୟର ପ୍ରଶାସନିକ ବ୍ୟବସ୍ଥାକୁ ସଚିବ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ରଖାଯାଇ ଆସିଥିଲା । ଯାହା ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦଳୀୟ ବିଧାୟକ ମନ୍ତ୍ରୀ ସବୁ ସ୍ତରର ସରକାରୀ ଦଳୀୟ ନେତା ଏବଂ ରାଜ୍ୟସଭା ଠାରୁ ଲୋକ ସଭାର ସାଂସଦମାନେ ମଧ୍ୟ ଭୟଭୀତ ହୋଇ ରହିବା ସହିତ ସମସ୍ତଙ୍କୁ ଅଜଣା ଆତଙ୍କ ଆତଙ୍କିତ କରି ରଖିଥିଲା । ଓଡିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ପ୍ରାୟତ ସମସ୍ତ ସରକାରୀ ନୂତନ ସରକାର ଏବଂ ବ୍ଲକଗ୍ରାଣ୍ଟ ଠାରୁ ସଂସ୍କୃତ ଟୋଲ ପର୍ଯ୍ୟନ୍ତ ସବୁ ବର୍ଗର ଉଚ୍ଚ ବିଦ୍ୟାଳୟର ଭିତ୍ତି ଭୂମି ସଜାଡିବା ପାଇଁ ରୂପାନ୍ତରୀଣ କାର୍ଯ୍ୟକ୍ରମ ରାତାରାତି ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଆଖି ବୁଜା ବ୍ୟୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାର ସମସ୍ତ ୩୧୪ ଟି ବ୍ଲକର ବିଡିଓମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଜେଇମାନଙ୍କ ନାମରେ କାମ ଥାଇ ସ୍କୁଲ ଆଲୁମିନି କମିଟିର ମନୋନୀତ ଲିଡରଙ୍କୁ ସ୍କୁଲ କାମ କରିବା ପାଇଁ ଦିଆଯାଉଥିଲା । ୫ଟିରେ ସ୍କୁଲ ରୂପାନ୍ତରୀଣ କାର୍ଯ୍ୟଗୁଡ଼ିକରେ ଦୁର୍ନୀତି ହୋଇଥିବା ଜଳଜଳ ଦେଖାଦେଇଛି । ୩୫ ଟି ଉଚ୍ଚÿ ବିଦ୍ୟାଳୟର ଅନୁନ୍ୟ ୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିଲେ ବି ବିନା ଅଡିଟରେ ଓ ବିନା ଟେଣ୍ଡରରେ ବ୍ୟୟ କରାଯାଇଥିବା ହେତୁ କେତେ କୋଟି ଟଙ୍କାର ପିସି ନେଣ ଦେଣରେ ବାଟମାରଣା ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ କୁ ଅନ୍ଧକାର ରେ ରଖାଯାଇ ପଞ୍ଚାୟତ ରାଜ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ଏବଂ ସଠିକ ତଥ୍ୟ ପ୍ରଧାନ ଶିକ୍ଷକଙ୍କୁ ଅଥବା ସ୍କୁଲ ପରିଚାଳନା କମିଟି ପାଖରେ ନ ଥିବା ଯୋଗୁଁ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଘୋଟାଲା ହୋଇଥିବା ଚର୍ଚ୍ଚା ହେଉଛି । ଏପରି କି ଏବେ ଡବଲ ଇଞ୍ଜିନ ସରକାରର ନିରବତାକୁ ମଧ୍ୟ ସନେ୍ଦହ କରାଯାଇଛି । କାହିଁକି ନା ଏବେ ବି ଭିତରିଆ ଅଫିସର ରାଜ ଚାଲିଛି ବୋଲି ଲୋକେ ସନେ୍ଦହ ପ୍ରକାଶ କରିଛନ୍ତି ।