ପ୍ରଥମ ପର୍ଯ୍ୟାୟ କାର୍ତ୍ତିକେଶ୍ୱର ଭସାଣିରେ ୨୯ଟି ମେଢ ବିସର୍ଜିତ
କଟକ: ପାର୍ବଣର ଅନ୍ତିମ ପର୍ବ କାର୍ତ୍ତିକେଶ୍ୱର ଭସାଣି ଉସôବ ଶନିବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୯ଟି ପୂଜା କମିଟିର ପ୍ରତିମା ବିସର୍ଜିତ ହୋଇଛନ୍ତି । ସକାଳୁ ପ୍ରତିମାଗୁଡିକ ସାହି ପରିକ୍ରମା କରି ବିରାଟ ଶୋଭାଯାତ୍ରାରେ ରୁଟକୁ ଆସିଥିଲେ । ପୂର୍ବାଞ୍ଚଳ ଓ ଚୌଧୁରୀ ବଜାରପଟୁ ଆସିଥିବା ପ୍ରତିମାଗୁଡିକ ବକ୍ସିବଜାର ଛକଠାରୁ କ୍ରମିକ ନଂ ଅନୁଯାୟୀ ମିଶନରୋଡ, ଚଣ୍ଡୀଛକ, କେମ୍ବ୍ରିଜ ସ୍କୁଲ, ପିଏଚଡି କାର୍ଯ୍ୟାଳୟ ଓ ବାଉଁଶ ଡିପୋ ହୋଇ ଗଡଗଡିଆ ଘାଟ ନିକଟ କାର୍ତ୍ତିକେଶ୍ୱର ଗଡାରେ ବିସର୍ଜିତ ହୋଇଥିଲେ । ସେହିପରି କନିକାଛକ ଆଡୁ ଆସିଥିବା ପ୍ରତିମାଗୁଡିକ ବିଜୁପଟ୍ଟନାୟକ ଛକ ଓ ହରିଣପାର୍କ ରାସ୍ତା ଦେଇ ସ୍ଥିିରୀକୃତ ହେଇଥିବା ର୍ନିିଷ୍ଟ ରୁଟରେ ଆସି ନଦୀକୂଳରେ ନିର୍ମିତ ହୋଇଥିବା ୨ଟି ଅସ୍ଥାୟୀ ଜଳାଶୟରେ ବିସର୍ଜିତ ହୋଇଥିଲେ । ଭସାଣି ପାଇଁ ରାତି ୧୦ଟା ଯାଏ ଡାକବାଜି ଯନ୍ତ୍ର ଓ ଅନୁମତି ପ୍ରଦାନ କରାଯାଇଛି । ସୀମିତ ଶୋଭାଯାତ୍ରା ସାଂଗକୁ ୪ଟି ରୁ ଅଧିକ ମହତାବ ଜଳାଇବା ଉପରେ କଟକଣା ଜାରି କରାଯାଇଛି । କେବଳ ବକ୍ସିବଜାର ଛକଠାରେ ମହତାବ ବାଣ ଜଳା ଯାଇଥିଲା । ଅପର ପକ୍ଷରେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରତିମା ବିସର୍ଜନ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଚଳିତବର୍ଷ ସହରର ୮୨ ମଣ୍ଡପରେ କାର୍ତ୍ତିକଶ୍ୱର ପୂଜା ଅନୁଷ୍ଠିତ ହୋଇଥିଲା । ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ସଂପ୍ରତି ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାରୁ ରାସ୍ତାକଡରେ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଏଥିଲାଗି ପୋଲିସ ପକ୍ଷରୁ ଭସାଣି ନିମନ୍ତେ ୨୫ପ୍ଲାଟୁନ ଫୋର୍ସକୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ଜଣେ ଏ ଡିସିପିଙ୍କ ନେତୃତ୍ୱରେ ସବୁ ଯୋନର ଏସିପି, ଥାନା ଇନ୍ସପେକ୍ଟର ଓ ସବଇନ୍ସପେକ୍ଟରମାନେ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ବିସର୍ଜନ ଘାଟଠାରୁ ପ୍ରତିମା ଯାଉଥିବା ମୁଖ୍ୟ ଛକଗୁଡିକରେ ୫ଟି ମୁଖ୍ୟ ପୋଲିସ ଆଉଟପୋଷ୍ଟ ଓ ୧୫ଟି ସବ ଆଉଟପୋଷ୍ଟ ଖୋଲାଯାଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।