ଉକ୍ରଳ ଗୌରବ ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ଦାବି

ନିମାପଡା  :  ନିମାପଡା ଓକିଲ ସଂଘ ସଭାଗୃହରେ ସଭାପତି ଅଭିମନୁ୍ୟ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଇନଜୀବୀ ଦିବସରେ ପହଲଗାମ ଠାରେ ଆତତାୟୀଙ୍କ ଗୁଳିରେ ନିହତ ୨୬ ଜଣ  ଭାରତୀୟ ହିନ୍ଦୁଙ୍କ ମୃତୁ୍ୟ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ପୂର୍ବକ ସଭା ଆରମ୍ଭ କରାଯାଇଥିଲା । ସଭାରେ ସଂଘର ପୂର୍ବତ୍ତନ ସଭାପତି ସରକାରୀ ଅଧିଭକ୍ତ, ରାଜସ୍ୱ ପରିଷଦ ତଥା ଭୁବେନଶ୍ୱର ଓକିଲ ସଂଘର ଆଜୀବନ ସଦସ୍ୟ ତଥା  ନିମାପଡା ସାହିତ୍ୟ ସଂସଦର ସଭାପତି ଶୁଭେନ୍ଦୁ ରାଉତରାୟ ଉକ୍ରଳ ଗୌରବ ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ଦେବାର ଯଥାର୍ଥତା ପ୍ରତିପାଦନ କରି ଭିନ୍ନ ଭିନ୍ନ ଉଦାହରଣ ଉପସ୍ଥାପନ କରିବାରେ ଉପସ୍ଥିତ ସମସ୍ତ ଜନସାଧାରଣ କରତାଳି ମାଧ୍ୟମରେ ସମର୍ଥନ କରିଥିଲେ  । ସଭାରେ ବରିଷ୍ଠ ଅଧିବକ୍ତା ହରି ବଲ୍ଲଭ ମିଶ୍ରଙ୍କ ସହ ଅନ୍ୟାନ୍ୟ ଅଧିବକ୍ତା ପ୍ରସନ୍ନ ପଣ୍ଡା, ନିଳମଣି ପରିଡା, ପ୍ରଶାନ୍ତ ମିଶ୍ର, ଦିଲ୍ଲୀପ ପଟ୍ଟନାୟକ, ପ୍ରମୋଦ ମହାନ୍ତି ବ୍ରହ୍ମାନନ୍ଦ ପଣ୍ଡା,ପ୍ରଭାତ ରଥ, ଦିବାକର ଦାଶ, ବସନ୍ତ ରାଉତ, ଜୟଦେବ ମିଶ୍ର, ବିଜୟ ପ୍ରଧାନ, ପ୍ରଭାତ ବେହେରା, ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଟାରୀ ସୁଧାଂଶୁ ଶେଖର ମହାନ୍ତି, ସରୋଜ ମହାନ୍ତି ମୋହରୀର ସଂଘ ସଭାପତି ବଟକୃଷ୍ଣ ମହାନ୍ତି ଯୋଗଦେଇ ମଧୁବାବୁଙ୍କ ସ୍ମୁତିଚାରଣ କରିଥିଲେ  । କାର୍ଯ୍ୟକ୍ରମକୁ ସଂଘର ସଂମ୍ପାଦକ ପ୍ରଭାତ ନାୟକ ପରିଚାଳନା କରିଥିବା ବେଳେ ସହ ସଂମ୍ପାଦକ ରାଧେଶ୍ୟାମ ଜେନା ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।