ଦେଶର ଯବାନ ଯୋଗମୁଦ୍ରାରେ
ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ। ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ।
ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି। ସେପଟେ ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ।