କେଜିଆଇ ଛାତ୍ରଛାତ୍ରୀଙ୍କୁ ସୁନିଶ୍ଚିତ ନିଯୁକ୍ତି; ଆଲେକଜାଣ୍ଡାର

 ବ୍ୟାସନଗର: କଳିଙ୍ଗ ନାମରେ ସୁପ୍ରତିଷ୍ଠିତ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ ଅଧିନସ୍ଥ କଳିଙ୍ଗ ଗ୍ଲୋବାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇନୋଭେସନ୍ ଆଣ୍ଡ ମ୍ୟାନେଜମେଣ୍ଟ (କେଜିଆଇଟିମ୍) ଯାହାକି ପୂର୍ବରୁ କଳିଙ୍ଗନଗର ପଲିଟେକନିକ୍ ନାମରେ ସୁପରିଚିତ ଥିଲା ନିଜର ପ୍ରଥମ ବ୍ୟାଚ୍ ବିଟେକ୍, ଏମବିଏ ଓ ଏମସିଏ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିନ୍ସିପାଲ୍ ଡଃ ପ୍ରଦୀପ୍ତ କିଶୋର ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ନିଜର ଅଭିବାଦନ ରଖିଥିଲେ । ଅଧ୍ୟାପକ ଇଂ ସତ୍ୟବ୍ରତ ମହାରଣା, ଅଧ୍ୟାପକ ଇଂ ସଂଗ୍ରାମ ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଆରମ୍ଭ ହୋଇଥିବା ଏକ୍ସିଲନ୍ କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଏବଂ ଅଧ୍ୟାପକ ଇଂ ସର୍ବେଶ୍ୱର ରାଉତ ପ୍ରଥମ ଗ୍ରାମୀଣ ଇନୋଭେସନ୍ ଲ୍ୟାବ ବିଷୟରେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଅନୁଷ୍ଠାନର ଉପମୁଖ୍ୟ ପ୍ରଶାସନିକ ଅଧିକାରୀ କ୍ରିଷ୍ଣେନ୍ଦୁ ଘୋଷ, ଏମଏସଏମ ମୁଖ୍ୟ ବିକ୍ରମ କେଶରୀ ପରିଡ଼ା ଏବଂ ଡିପ୍ଲୋମାର ପ୍ରିନ୍ସିପାଲ୍ ଇଂ ବିଷ୍ଣୁଚରଣ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଭବିଷ୍ୟତ ନିର୍ମାଣ ପାଇଁ ବିଭିନ୍ନ ହିତୋପଦେଶ ପ୍ରଦାନ କରିଥିଲେ । କେଜିଆଇର ଅଧ୍ୟକ୍ଷ ଡଃ ଆଲେକଜାଣ୍ଡାର ଦାସ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ କେଜିଆଇ ପରିବାରକୁ ସ୍ୱାଗତ ଜଣାଇବା ସହ କେବଳ ନିଜେ ଖୁସି ହେବା ପରିବର୍ତେ ଅନ୍ୟମାନଙ୍କ ଖୁସିର କାରଣ ହୋଇ ସମାଜ ପ୍ରତି ସମର୍ପିତ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶେଷ ବର୍ଷ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ମିଳିବ ବୋଲି ଅଭିଭାବକ ମାନଙ୍କୁ ଗ୍ୟାରେଣ୍ଟି ଦେଇଥିଲେ । କେଜିଆଇ ଆର୍ଥôକ ଅନଗ୍ରସର, ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏବଂ ଡିଫେନ୍ସ ରେ କାର୍ଯ୍ୟକରୁଥିବା ଲୋକ ମାନଙ୍କର ପିଲା ମାନଙ୍କ ପାଇଁ ନିଜର ୫% ସିଟ୍ ସଂରକ୍ଷଣ କରିଛି ବୋଲି ଘୋଷଣା କରିଥିଲେ । ଅଧ୍ୟାପିକା ଟିନା ଗୁରୁ ଏବଂ ସୁଶ୍ରୀ ଶାରଦା ତ୍ରିପାଠୀ ପରିଚାଳନା କରିଥିଲେ ।