ଅଢେଇ ବର୍ଷର ଶିଶୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଆଚିଭର

 ବିଞ୍ଝାରପୁର : ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ର ଆଚିଭର୍ ହୋଇଛନ୍ତି ଜଣେ ଅଢେଇ ବର୍ଷର ଶିଶୁ । ଯାହାକୁ ନେଇ ଖୁସିରେ କେକ୍ କାଟିଛନ୍ତି ପରିବାର ସହ ପଡୋଶୀ । ବିଞ୍ଝାରପୁର ଅଞ୍ଚଳ ବଡପାଳ ଗ୍ରାମର ବ୍ରଜମୋହନ ମହାଳିକଙ୍କ ଝିଅ ରଶ୍ମିତାରାଣୀ ଏବଂ କଟକ ଜିଲ୍ଲା ଗୋପାଳପୁର ଅଞ୍ଚଳର ସୂର୍ଯ୍ୟକାନ୍ତ ବେହେରାଙ୍କ ଅଢେଇ ବର୍ଷୀୟ ପୁଅ ଶିବାଂଶଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଆଚିଭର୍ ଭାବେ ଡାକରା ଆସିଛି । ଚାରିଶହ ପ୍ରଶ୍ନର ଇଂରାଜୀରେ ଉତ୍ତର ରଖି ତାଙ୍କୁ ମିଳିଛି ଏହି ସୁଯୋଗ । ବିନା କୌଣସି ଛପା ଦେଖି, ବିନା କୌଣସି କ୍ଲୁ ତଥା ନିର୍ଭୁଲ ଭାବେ ଏବଂ ତତକ୍ଷଣାତ୍ ଉତ୍ତର ରଖିବାର ପ୍ରତିଭା ଶିବାଂଶଙ୍କ ପାଖରେ ରହିଛି । ତେବେ ଗତ ୮ତାରିଖ ଦିନ ଶିବାଂଶ "ଆଇବିଆର’ରେ ଭାଗ ନେଇଥିବା ବେଳେ ଗତ ୧୪ତାରିଖ ଦିନ ପରିବାର ପକ୍ଷରୁ ପିଲାଟିର ରହିଥିବା ପ୍ରତିଭାକୁ ନେଇ "ଆଇବିଆର’ କୁ ଭିଡିଓ ପଠାଯାଇଥିଲା । ୧୭ତାରିଖ ଦିନ "ଆଇବିଆର’ ଶିବାଂଶର ସେହି ଭିଡିଓକୁ ଅନୁମୋଦନ କରିଛି । ଯାହାକୁ ନେଇ ପରିବାର ଠାରୁ ଆରମ୍ଭ କରି  ପଡୋଶୀ  କେକ୍ କାଟି ଖୁସି ମନାଇଛନ୍ତି । କେକ କଟା ସମୟରେ ଶିବାଂଶର ଆଈ ଜ୍ୟୋତ୍ସ୍ନାରାଣୀ, ବିଜୟ, ଶ୍ରୀକାନ୍ତ, ସୁରେନ୍ଦ୍ର କୁମାର, ଅଶୋକ କୁମାର ପରିଡ଼ା, ନିକୁଞ୍ଜ ଧଳ, ମାମତାଞ୍ଜଳି ଧଳ, ରୁକ୍ମଣୀ ମହାଳିକ, ବିଚିତ୍ର ମୋହନ ମହାଳିକ, ମନୋରମା ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜେଜେମା ସଂଯୁକ୍ତା ବେହେରା, ଜେଜେ ଶଶିକାନ୍ତ ବେହେରା, ଦାଦା ଶକ୍ତିକାନ୍ତ ବେହେରା ଏବଂ ମାମୁଁ ବିଶ୍ୱରଂଜନ ମହାଳିକ ଶିବାଂଶକୁ ଶୁଭେଚ୍ଛା ଜଣାଇଛନ୍ତି ।